୩ଟି ଚୋରି ଘଟଣାରେ ୨ଭାଇ ଗିରଫ

ଦିଗପହଣ୍ଡି,୨୮|୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ପାଟପୁର ପୋଲିସ  ୩ ଟି ଚୋରି ଘଟଣାରେ ଦୁଇ ଭାଇ ଙ୍କ ୫ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ମାନେ ହେଲେ ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜୟପୁର କଲୋନୀ ର ଦୁଇ ଭାଇ  ଆର.ଭଗବାନ ଓ ଆର.ଭାସ୍କର। ଅନ୍ୟ ଅଭିଯୁକ୍ତ ମାନେ ହେଲେ  ଆର.କାଳିଆ, ଆର.ବିକ୍ରାନ୍ତ ଏବଂ ଆର. ଅଜୁ। ସେମାନଙ୍କ ନିକଟରୁ ସୁନା ଚେନ୍,କାନଫୁଲ,ରୂପା ଅଳଙ୍କାର, ପିତ୍ତଳ ରୁଖା,ଥାଳି ପ୍ରଭୃତି ଜବତ କରାଯାଇଛି। ଥାନା ମାମଲା ନଂ.୫୦/୨୫,୫୧/୨୫ ଏବଂ ୫୨/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଥିବା ତଦନ୍ତକାରୀ ଅଧିକାରୀ ଏଏସଆଇ ସୁଧୀର କୁମାର ନାୟକ ଜଣାଇଛନ୍ତି। ଗତ ୨୦ ତାରିଖ ରୁ ୨୪ ତାରିଖ ମଧ୍ୟରେ ଏସ.ରଘୁନାଥପୁର ଏବଂ ବଡିଆଓସ୍ତା ଗ୍ରାମରେ ସିରିଜ ଚୋରି ହୋଇଥିଲା।ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଙ୍କ ନେତୃତ୍ୱରେ ସ୍ଵତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଧରଣର ଡକାୟତି: ସାଢ଼େ ୩ କୋଟି ଟଙ୍କା ଜବତ, ୮ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧ା୨(ଉତ୍ତମ କୁମାର ଦାଶ)): କଳାହାଣ୍ଡି ଜିଲା ପୋଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। କଳାହାଣ୍ଡି ଏସ୍‌ପି ଅଭିଳାଶ ଜୀଙ୍କ ନେତୃତ୍ୱରେ ଧର୍ମଗଡ଼...

ଯେଉଁଦିନ ଅବସର ନେଲେ ଶିକ୍ଷକ ସେହିଦିନ ମିଳିଲା ପେନ୍‌ସନ୍‌

ରାଇକିଆ,୧ା୨(ପ୍ରଦୀପ ବେହେରା): ପେନ୍‌ସନ୍‌ ପାଇଁ ପୂର୍ବ ଭଳି ଆଉ କୌଣସି କର୍ମଚାରୀ ହଇରାଣ ହେବେନି। ଏହାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ଅବସର ଦିନ ହିଁ...

ଜନଶୁଣାଣି କାର୍ଯ୍ୟକ୍ରମରେ ବହୁ ଅଧିକାରୀ ଅନୁପସ୍ଥିତ: ସାଧାରଣରେ ଅସନ୍ତୋଷ

ଥୁଆମୂଳ ରାମପୁର,୧।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭା ଗୃହ ଠାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଏବଂ ପଞ୍ଚଦଶ...

ମନ୍ଦିରରେ ପୂଜା ପାଉଛନ୍ତି କବି କାଳିଦାସ

ମହାକାଳପଡ଼ା,୨ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ବବକରପୁର ଗାଁରେ ରହିଛି କବି କାଳିଦାସଙ୍କ ମନ୍ଦିର ା ସେଠାରେ ରହିଛି କବିଙ୍କ ପଥର ନିର୍ମିତ ମୂର୍ତ୍ତି...

ମିଳନ ସରିଲା, ଏବେ ଭାସୁଛନ୍ତି ଅଲିଭ ରିଡ୍‌ଲେ

ବ୍ରହ୍ମପୁର,୧ା୨(ଅଶୋକ କୁମାର ସାହୁ):ଗତ ୩ ମାସ ହେଲା ସାମୁଦ୍ରିକ କଇଁଛ ଅଲିଭ ରିଡ୍‌ଲେଙ୍କ ସମୁଦ୍ରରେ ମିଳନ ପ୍ରକ୍ରିୟା ଚାଲିଥିଲା। ମିଳନ ପ୍ରକ୍ରିୟା ସରିଥିବା ଶୁକ୍ରବାର ସ୍ପଷ୍ଟ...

ସାର କଳାବଜାରକୁ ନେଇ ତେଜିଲା ଆନ୍ଦୋଳନ:କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା

ବରଗଡ଼,୧।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ବର୍ତ୍ତମାନ ରବି ଚାଷକାର୍ଯ୍ୟ ଜୋର୍‌ ଧରିଛି। ଅନେକ ସ୍ଥାନରେ ଧାନପହ୍ଲା ରୁଆ ସରିଯାଇ ଥିବାବେଳେ ବିଭିନ୍ନ ଜାଗାରେ ଚାଷୀମାନେ ରୁଆକାର୍ଯ୍ୟରେ ବ୍ୟସ୍ତ...

ଆଜିଠୁ ସବୁ ଟୋଲ୍‌ଗେଟ୍‌ରେ ନିୟମ: ଗାଡ଼ିର ବୀମା ନ ଥିଲେ…

କଟକ,୧ା୨(କାର୍ତ୍ତିକ ସାହୁ):ଓଡ଼ିଶା ରାଜ୍ୟ ପରିବହନ କର୍ତ୍ତୃପକ୍ଷ ମୋଟର ଯାନର ବୀମାକୁ କଡ଼ାକଡ଼ି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାରଠାରୁ ଇ-ଡିଟେକ୍ସନରେ ଯୋଡ଼ିହେବାକୁ ଯାଉଛି ବୀମା। ମୋଟର ଯାନରେ...

ରାଧାକୃଷ୍ଣ ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ

ଦିଗପହଣ୍ଡି,୩୧ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କୋଡିନଡ଼ା ଗ୍ରାମ ସ୍ଥିତ ରାଧାକୃଷ୍ଣ ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶୁକ୍ରବାର ପ୍ରଧାନଶିକ୍ଷକ ପ୍ରଭାକର ବିଷୋୟୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image