ପୋଖରୀରେ ବୁଡ଼ି ୨ ଭାଇ ମୃତ

ବୁଗୁଡ଼ା,୨୫ା୪(ଡି.ଏନ.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଖୋଳଖାଳି ଗ୍ରାମର ଏକ ପୋଖରୀରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଖୋଳଖାଳି ଗ୍ରାମ ମାଳିସାହିର ରଙ୍କନିଧି ଗୌଡ଼ଙ୍କ ବଡ଼ ପୁଅ ପୃଥ୍ବୀରାଜ ଗୌଡ଼(୧୨) ଓ ସାନ ପୁଅ ଅଜୟ ଗୌଡ଼ (୭)। ପୃଥ୍ବୀ ଓ ଅଜୟ ଗାଧୋଇବାକୁ ଗାଁର ସୋଲ ବନ୍ଧକୁ ଯାଇଥିଲେ। ସେଠାରେ ଗାଧୋଇବା ବେଳେ ଅସାବଧାନତାବଶତଃ ସେମାନେ ବୁଡ଼ି ଯାଉଥିଲେ। ସ୍ଥାନୀୟ ଲୋକେ ଦୁଇ ଭାଇଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ବୁଗୁଡ଼ା ମେଡିକାଲ ଆଣିଥିଲେ ମଧ୍ୟ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ଆଇଆଇସି ଚିତ୍ତରଞ୍ଜନ ବେହେରା ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ। ଏ ନେଇ ବୁଗୁଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Share