ଗାଡ଼ି ଧକ୍କାରେ ଚାଲିଗଲା ୨ ଭାଇଙ୍କ ଜୀବନ

ଗୋପାଳପୁର,୨୪ା୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ସମ୍ମୁଖ ୧୬ନମ୍ବର ଜାତୀୟ ରାଜପଥରେ ଏକ ଗାଡ଼ି ଧକ୍କାରେ ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଗୋଳନ୍ଥରା ଗ୍ରାମର କାହ୍ନୁ ଚରଣ ରାଉଳ ଓ ମନୋଜ କୁମାର ରାଉଳ। ମନୋଜ ଓ କାହ୍ନୁ ଏକ ବାଇକ ଯୋଗେ ଢାବାକୁ ଖାଇବାକୁ ଯାଇଥିଲେ। ଉଭୟେ ଖାଇସାରି ଘରକୁ ବାଇକରେ ଫେରୁଥିବା ବେଳେ ଏକ ଗାଡି ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ରାସ୍ତା ଉପରେ ଛିଟିକି ପଡି ମନୋଜ ଓ କାହ୍ନୁ ଗୁରୁତର ହୋଇଥିଲେ। ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ନେଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ. ୬୭୨/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ରବିବାର ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।