ପରଜଙ୍ଗ,୧୪।୯(ଡି.ଏନ୍.ଏ.): ଅନ୍ତମ ସତ୍କାର ବେଳେ ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତ ବତାସିଂହ ଗ୍ରାମରେ ଶୁକ୍ରବାର ଘଟିଛି ଏକ ଅଘଟଣ। ଜୁଇ ନିଆଁରେ ପୋଡି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ କାଳିଆ ବେହେରା ଓ ନିତ୍ୟାନନ୍ଦ ବେହେରା। ଉଭୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ମୁତାବକ, ବତାସିଂହ ଗ୍ରାମରେ ଅକ୍ଷୟ ବେହେରାଙ୍କ ଶୁକ୍ରବାର ମୃତ୍ୟୁ ଘଟିଥିଲା। ପରିବାର ଲୋକଙ୍କ ସହ ସମ୍ପର୍କୀୟ ଓ ସାହି ଭାଇ ମୃତଦେହ ସତ୍କାର ପାଇଁ ସ୍ଥାନୀୟ ସ୍ମଶାନ ଯାଇଥିଲେ। ସେଠାରେ ଜୁଇରେ ନିଆଁ ସଂଯୋଗ କରାଯାଇଥିଲା। ହେଲେ ନିଆଁ ଭଲ ଭାବେ ନ ଜଳିବାରୁ ମୃତକଙ୍କ ପୁତୁରା କାଳିଆ ଓ ନିତ୍ୟାନନ୍ଦ ମୃତ ଦେହଉପରେ କିରୋସିନି ଢାଳୁଥିଲେ। ସେତିକିବେଳେ ନିଆଁ ଉଠି କାଳିଆ ଏବଂ ନିତ୍ୟାନନ୍ଦଙ୍କ ଉପରେ ଲାଗି ଯାଇଥିଲା। ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ। ଘଟଣା ସ୍ଥଳରେ ଉପସ୍ଥିତ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ।