ଭାସିଗଲା ୨ ବସ୍‌, ୬୩ ନିଖୋଜ

କାଠମାଣ୍ଡୁ,୧୨ା୭: ଶୁକ୍ରବାର ସକାଳେ ନେପାଳର ମଦନ-ଆଶ୍ରିତ ରାଜପଥରେ ଭୂସ୍ଖଳନ ହେବାରୁ ୨ଟି ବସ୍‌ ଭାସି ଯାଇଥିବା ବେଳେ ୬୩ଜଣ ନିଖୋଜ ଅଛନ୍ତି। ବସ୍‌ ଦୁଇଟି ଲୋକଙ୍କୁ ନେଇ ଯାଉଥିବା ବେଳେ ତ୍ରିଶୂଳୀ ନଦୀରେ ଭାସି ଯାଇଛି। ଏହି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଏପରି ଘଟିଛି। ବସ୍‌ର ପତ୍ତା ମିଳି ନ ଥିବା ବେଳେ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ଚିତଓ୍ବାନର ମୁଖ୍ୟ ଜିଲା ଅଧିକାରୀ ଇନ୍ଦ୍ରଦେବ ଯାଦବ କହିଛନ୍ତି, ଭୂସ୍ଖଳନ ହେବା ପରେ ବସ୍‌ଗୁଡିକ ରାଜରାସ୍ତାରୁ ନଦୀ ମଧ୍ୟକୁ ପଶିଯାଇଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ଉଭୟ ବସ୍‌ ଡ୍ରାଇଭରଙ୍କ ସମେତ ମୋଟ୍‌ ୬୩ ଜଣ ଯାତ୍ରୀ ନିଖେଜ ଅଛନ୍ତି। ଆଜି ଭୋର୍‌ ସମୟରେ ଏହି ଭୂସ୍ଖଳନ ହୋଇଥିଲା। ସେ କହିଛନ୍ତି, ଆମେ ଘଟଣାସ୍ଥଳରେ ଉପସ୍ଥିତ ଅଛୁ ଏବଂ ସର୍ଚ୍ଚ ଅପରେଶନ ଚାଲିଛି। ଲଗାଣ ବର୍ଷା ବାଧା ସୃଷ୍ଟି କରୁଛି। ନିଖୋଜ ବସ୍‌ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି।

Share