ମୂଷାମରା ବିଷ ଖାଇଦେଲେ ୨ ଶିଶୁ

ଝରିଗାଁ, ୧୨।୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପଞ୍ଚାୟତ କୋଟନାପାନି ଗ୍ରାମରେ ମୂଷାମରା ବିଷ ଖାଇ ୨ ଶିଶୁ ଗୁରୁତର ଅଛନ୍ତି। ସେମାନେ ହେଲେ ଈଶ୍ୱର ସାନ୍ତାଙ୍କ ପୁଅ ଦେବରାଜ (୭) ଓ ସୁଶାନ୍ତ (୨)। ଉଭୟଙ୍କୁ ଉମରକୋଟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।
ସୂଚନାନୁଯାୟୀ, ମକା ଫସଲ ସୁରକ୍ଷା ପାଇଁ ମୂଷାମରା ବିଷକୁ ଈଶ୍ୱର ମକା ବାଡ଼ ମଞ୍ଚା ଉପରେ ରଖିଥିଲେ। ମଞ୍ଚା ଉପରେ ବସିଥିବା ପିଲାମାନେ ତାହାକୁ ଖାଇବା ଜିନିଷ ଭାବି କାଗଜ ପୁଡିଆରୁ କାଢି ଖାଇ ଦେଇଥିଲେ। ଘଟଣା ଘଟିବାର ପ୍ରାୟ ୧ଘଣ୍ଟା ପରେ ଈଶ୍ୱର ଏ ସମ୍ପର୍କରେ ଜାଣଇଥିଲେ। ଦୁଇ ପୁଅର ପେଟ ଯନ୍ତ୍ରଣା ହେବାରୁ ସେମାନଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଉମରକୋଟ ମେଡିକାଲ ଶିଶୁ ବିଶେଷଜ୍ଞ ନିକଟକୁ ସ୍ଥାନାନ୍ତର କରାଯାଇଛି।

Share