ଭୋକରେ ଡହଳବିକଳ ୨ ଯମଜ ଶିଶୁ

ମହାକାଳପଡ଼ା,୨୮ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ପେଟଚ୍ଛେଲା ପଞ୍ଚାୟତର ଶବରପଡ଼ା ଗ୍ରାମର ଜନଜାତି ବର୍ଗର ୨ ଯମଜ ଶିଶୁଙ୍କୁ ଖାଦ୍ୟ ଅଭାବ ଘଟଣା ଧରିତ୍ରୀରେ ଶୁକ୍ରବାର ଖବର ପ୍ରକାଶିତ ହୋଇଥିଲା। ପ୍ରଶାସନ ପହଞ୍ଚତ୍ବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଶୁକ୍ରବାର ଘଟଣାସ୍ଥଳରେ ପହଞ୍ଚତ୍ନାହିଁ। ଖବର ପ୍ରସାରଣ ପରେ ସାମାଜିକ କର୍ମୀ ଯଶବନ୍ତ ବେହେରା ଘଟଣାସ୍ଥଳରେ ପହଞ୍ଚତ୍ ୨ ଯମଜ ଶିଶୁଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସାମାଜିକ କର୍ମୀ ବେହେରାଙ୍କ କହିବା କଥା, ଜନଜାତି ଶିଶୁମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ରହିଛି। ଶିଶୁମାନଙ୍କ ପାଇଁ କରାଯାଇଥିବା ଯୋଜନା ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ପାଇଁ ଆଜି ଏ ପରିସ୍ଥିତି ଉପୁଜିଛି। ମହାକାଳପଡ଼ା ଭଳି ଅଞ୍ଚଳରେ ସ୍ଥିତି ଯଦି ଏପରି ତେବେ ଦୁର୍ଗମ ଅଞ୍ଚଳର ସ୍ଥିତି କ’ଣ ଥିବ ଏହି ଘଟଣାରୁ ବେଶ୍‌ ବୁଝାପଡୁଛି। ତୁରନ୍ତ ଜିଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ସେ ଦାବି କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଶବରପଡ଼ା ଗଁାର କାଞ୍ଚନ ଭକ୍ତାଙ୍କ ଘରେ ଆଶ୍ରା ନେଇଥିବା ନଣନ୍ଦ ଅଞ୍ଜଳି ଭକ୍ତାଙ୍କ ୨ ନାତୁଣୀନାତି ଭୋକ ଉପାସରେ ଜୀବନ ବିତାଉଥିବା ଘଟଣା ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ଏ ସମ୍ପର୍କରେ ସିଡିପିଓ କବିତା ମଲିକଙ୍କୁ ପଚାରିବାରେ ସେ କହିଥିଲେ ଯେ, ସୁପରଭାଇଜର ଯାଇ ଘଟଣାର ତଦନ୍ତ କରିବେ। କିନ୍ତୁ ଶୁକ୍ରବାର କେହି ତଦନ୍ତ କରିବାକୁ ଆସିନାହାନ୍ତି କି ସରକାରୀ ସହାୟତା ଯୋଗାଯାଇନାହିଁ। ଏହାକୁ ସ୍ଥାନୀୟ ଲୋକେ ନାପସନ୍ଦ କରିଛନ୍ତି। ଜେଜେ ମା’ ଅଞ୍ଜଳିଙ୍କ ଘରେ ମୁଠେ ଖୁଦ ନାହିଁ ଏହି ୨ ଶିଶୁଙ୍କ ମୁହଁରେ ଦାନା ଦେବାକୁ। ପୂର୍ବଦିନର ବାସିପଖାଳ ତୋରାଣିକୁ ଏହି ୨ ଶିଶୁଙ୍କୁ ଖୁଆଇ ଦେଉଥିଲେ ମଧ୍ୟ ସେମାନେ ଖାଉ ନ ଥିବା ଦେଖିବାକୁ ମିଳୁଛି। ୨ ଯମଜ ଶିଶୁଙ୍କ ଜେଜେ ମା’ ଅଞ୍ଜଳି କହିଛନ୍ତି, ଆଉ କେତେଦିନ ଭୋକ ଉପାସରେ ବାସି ପଖାଳ ତୋରାଣିରେ ପିଲାଙ୍କ ଜୀବନ ବଞ୍ଚାଇବି। ଏ ସଂକ୍ରାନ୍ତରେ ବିଡିଓ ସାଗର ନନ୍ଦଙ୍କୁ ପଚାରିବାରେ ଯଦି ୨ ଯମଜ ଶିଶୁ ଖାଦ୍ୟ ପାଉନାହାନ୍ତି ତେବେ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

Share