ସିରିଆ ମିଲିଟାରି ଶିବିରକୁ ଏୟାର ଷ୍ଟ୍ରାଇକ୍‌

ଡାମାସ୍କସ୍‌,୮।୩: ସିରିଆ ମିଲିଟାରି ଶିବିର ଉପରକୁ ଇସ୍ରାଏଲ ଆକାଶ ମାର୍ଗରୁ ମିଶାଇଲ୍‌ ଆକ୍ରମଣ କରିଛି। ଫଳରେ ୨ଜଣ ନାଗରିକ ପ୍ରାଣ ହରାଇଛନ୍ତି। ସିରିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆକ୍ରମଣ ପୂର୍ବରୁ ଲେବାନନରେ ଇସ୍ରାଏଲର ଯୁଦ୍ଧ ବିମାନ ପରିକ୍ରମା କରୁଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏ ନେଇ ଇସ୍ରାଏଲ୍‌ ପକ୍ଷରୁ କୌଣସି ଟିପଣି ଦିଆଯାଇ ନାହିଁ। ଦୁଇ ସପ୍ତାହ ତଳେ ଇସ୍ରାଏଲ ମିଲିଟାରି ଡମସ୍କସ ଉପରକୁ ଆକ୍ରମଣ କରିବା ଫଳରେ ୩ ଜଣ ସିରିଆ ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା।

Share