ପୌର ନିର୍ବାଚନ ପାଇଁ ୨ ରଙ୍ଗର ବାଲଟ

ଭୁବନେଶ୍ୱର, ୧୩ା୨(ବ୍ୟୁରୋ): ଆସନ୍ତା ପୌର ନିର୍ବାଚନରେ ପ୍ରଥମ ଥର ଲାଗି ଭୋଟରମାନେ ପ୍ରତ୍ୟକ୍ଷ ମତଦାନରେ ସିଧାସଳଖ ମେୟର ଓ ପୌରାଧ୍ୟକ୍ଷ ବାଛିବେ। ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌)ରେ ମତଗ୍ରହଣ ହେବ। ଗୋଟିଏ ବୁଥ୍‌ରେ ୨ଟି ଇଭିଏମ୍‌ ରହିବ। ଗୋଟିଏ ଇଭିଏମ୍‌ କାଉନସିଲର/କର୍ପୋରେଟରଙ୍କ ଏବଂ ଅନ୍ୟ ଇଭିଏମ୍‌ରେ ପୌରାଧ୍ୟକ୍ଷ/ ମେୟରଙ୍କ ପାଇଁ ଭୋଟ୍‌ ପଡ଼ିବ। ଯେଉଁଠି ବାଲଟ ପେପରରେ ମତଦାନ ହେବ ସେଠାରେ ଦୁଇଟି ରଙ୍ଗର ବାଲଟ ପେପର ଉପଲବ୍ଧ ହେବ। କାଉନସିଲର/ କର୍ପୋରେଟରଙ୍କ ପାଇଁ ଗୋଲାପି(ପିଙ୍କ୍‌) ଏବଂ ପୌରାଧ୍ୟକ୍ଷ/ମେୟରଙ୍କ ପାଇଁ ହଳଦିଆ (ୟେଲୋ) ରଙ୍ଗର ବାଲଟ ପେପର ରହିବ। ଏହା ଇଭିଏମ୍‌ର ବାଲଟ ୟୁନିଟ୍‌ରେ ଲଗାଯିବା ସହ ଇଲେକ୍ସନ ଡ୍ୟୁଟି ସାର୍ଟିଫିକେଟ ଓ ଟେଣ୍ଡର ଭୋଟ ପାଇଁ ବ୍ୟବହାର କରାଯିବ। ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ପୌର ନିର୍ବାଚନରେ ପ୍ରାର୍ଥୀଙ୍କୁ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ। ସତ୍ୟପାଠରେ ଭୁଲ ତଥ୍ୟ ଦେଲେ ପ୍ରାର୍ଥିପତ୍ର ନାକଚ ହୋଇଯିବ। ପୌର ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିିତା କରିବାକୁ ଥିବା କାଉନସିଲର, କର୍ପୋରେଟର, ଅଧ୍ୟକ୍ଷ ଓ ମେୟରମାନଙ୍କର ନିର୍ବାଚନ ଖର୍ଚ୍ଚ ସୀମାକୁ ମଧ୍ୟ ରାଜ୍ୟ ନିର୍ବାଚନ କମିଶନର ବୃଦ୍ଧି କରିଛନ୍ତି। ନିର୍ବାଚନରେ ମତଦାତାଙ୍କ ପାଇଁ ‘ନୋଟା’ (ନନ୍‌ ଅଫ୍‌ ଦି ଏବଭ) ବା ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହନ୍ତି ବିକଳ୍ପ ରହିବ। ଯଦି କୌଣସି ମତଦାତା ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ କାହାକୁ ପସନ୍ଦ କରିବେ ନାହିଁ ତେବେ ସେ ନୋଟାରେ ନିଜର ଭୋଟ ଦେଇପାରିବେ। ଇଭିଏମ୍‌ ପ୍ୟାନେଲର ଶେଷ ପ୍ରାର୍ଥୀଙ୍କ ନାଁ ପରେ ‘ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହନ୍ତି’ ବୋଲି ଉଲ୍ଲେଖ ରହିବ ଓ ଏଥିସହିତ ପ୍ରାର୍ଥୀଙ୍କ ନିର୍ବାଚନ ଚିହ୍ନ ଭଳି ‘ନୋଟା’ ପାଇଁ ମଧ୍ୟ ଏକ ଚିହ୍ନ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଝିଅ ସଂଖ୍ୟା ହ୍ରାସ

ଓଡ଼ିଶାରେ ଗତ ୧ ଦଶନ୍ଧି ଧରି ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଲଗାତର ହ୍ରାସ ପାଇବାରେ ଲାଗିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌) ସମେତ...

ଗଞ୍ଜାମ ଯିବେ ନବୀନ: ଚାଷୀଙ୍କୁ ଭେଟିବେ, କ୍ଷେତ ବୁଲି ଦେଖିବେ…

ଭୁବନେଶ୍ୱର,୨୮।୧୨: ଅଦିନିଆ ବର୍ଷା ଯୋଗୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। କାହାର ଫସଲ ଉଜୁଡ଼ି ଯାଇଛି ତ କାହାର ଧାନ ପାଣିରେ ଭାସୁଛି। ଏମିତିରେ...

ଇଣ୍ଡିଆ ମେଣ୍ଟର ସ୍ବରରେ ସ୍ବର ମିଶାଇଲା BJD? ପରାଜୟର ୬ ମାସ ପରେ ଇଭିଏମ୍‌ ଉପରେ ପ୍ରଶ୍ନ ଉଠାଇଲେ ନବୀନ

ଭୁବନେଶ୍ୱର,୨୮।୧୨: ନିକଟରେ ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟର ଦଳଗୁଡ଼ିକ ଶୋଚନୀୟ ପରାଜୟ ପରେ ପୁଣି ଇଭିଏମ୍‌ ଅର୍ଥାତ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ...

ପୁରୀରେ ଅଘଟଣ: ନିଗମାନନ୍ଦ ସମ୍ମିଳନୀରେ ଚାଲିଗଲା ୨ ଜୀବନ

ପୁରୀ,୨୮।୧୨: ପୁରୀରେ ନିଗମାନନ୍ଦ ସମ୍ମିଳନୀ ଚାଲିଥିଲା। ପୁରୀ ବାଲିଘାଇରେ ଏହି ଭକ୍ତ ସମ୍ମିଳନୀ ହେଉଥିଲା। ତେବେ ଏହି ସମୟରେ ୨ ଶ୍ରଦ୍ଧାଳୁ ଅସୁସ୍ଥ ହୋଇ ମୃତ୍ୟୁ...

ବିଶ୍ୱ ପ୍ରସିଦ୍ଧ ବରଗଡ଼ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ୧ କୋଟିକୁ ବୃଦ୍ଧି

ବରଗଡ଼,୨୮।୧୨: ବରଗଡ଼ ବିଶ୍ୱ ପ୍ରସିଦ୍ଧ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ବଢ଼ିଛି। ପୂର୍ବୁରୁ ଏହା ୧୦ ଲକ୍ଷ ଟଙ୍କା ଥିବା ବେଳେ ଏହାକୁ ରାଜ୍ୟ ସରକାର...

ଜାଭିଅର ଛକରେ ସିରିଜ ଦୁର୍ଘଟଣା: ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼, ଉତ୍ତେଜନା

ଭୁବନେଶ୍ୱର, ୨୮।୧୨: ଭୁବନେଶ୍ୱର ଜାଭିୟର ଛକରେ ଶନିବାର ସନ୍ଧ୍ୟାରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌ ପଛକୁ ପଛ ପିକଅପ୍‌ ଭ୍ୟାନ ଏବଂ ଅଟୋକୁ...

କୋମ୍ବିଂ ବେଳେ ଧରାପଡ଼ିଲେ ୩ ମହିଳା କ୍ୟାଡର ମାଓବାଦୀ

ମାଲକାନଗିରି,୨୮।୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ଗୁଣ୍ଠାବାଡା ଗ୍ରାମ ନିକଟରୁ ଓଡ଼ିଶା ପୋଲିସ ଏବଂ ଡିବିଏଫ ବାହିନୀ ରବିବାର ୩ଜଣ ମହିଳା କ୍ୟାଡର...

୫ ବାବାଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ବର,୨୮।୧୨: ଭୁବନେଶ୍ବର ମୈତ୍ରିବିହାର ଥାନା ପୋଲିସ ଶନିବାର ୫ଜଣ ବାବାଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି। ଅଟକ ୫ ବାବା ବାହାର ରାଜ୍ୟର ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri