ନୟାଗଡ଼ ଅଫିସ,୩।୧୧: ନୟାଗଡ଼ ଜିଲା ସଦର ମହକୁମାର ଦୁଇଟି ପ୍ରମୁଖ ପାଥୋଲୋଜିର ଫାଷ୍ଟିଂ ରିପୋର୍ଟକୁ ଅନୁଧ୍ୟାନ କଲେ ରୋଗୀଙ୍କ ଜୀବନ ସହ ଖେଳ ଖେଳା ଯାଉଥିବା ପ୍ରମାଣିତ ହେଉଛି । ଏହି ଦୁଇଟି ରିପୋର୍ଟ ଘରୋଇ ପାଥୋଲୋଜିର ରୋଗ ନିରୁପଣ ଉପରେ ପ୍ରଶ୍ନ ଚିହ୍ନ ଉଠାଇଛି । କାହା ପରୀକ୍ଷଣ ଠିକ୍ ସନ୍ଦେହ ଘେରକୁ ଆସିଛି । ଅଭିଯୋଗ ଅନୁଯାୟୀ, ଅଲେଖ ଚରଣ ନାୟକ(୬୦) ନାମକ ଜଣେ ବ୍ୟକ୍ତି ଅସୁସ୍ଥତା ଅନୁଭବ କରିବା ପରେ ନୟାଗଡ଼ର ମାତୃଶକ୍ତି ପାଥୋଲୋଜିରେ ଗତ ୧ତାରିଖରେ ରକ୍ତ ପରୀକ୍ଷା କରିଥିଲେ। ମାତୃଶକ୍ତିର ଫାଷ୍ଟିଂ ରିପୋର୍ଟରେ ତାଙ୍କର ଡାଇବେଟସ୍ ୩୨୪.୦ ଅଛି ବୋଲି ଜଣାପଡିଥିଲା। ରିପୋର୍ଟକୁ ଦେଖିବା ପରେ ଏଥିରେ ତ୍ରୁଟି ଥିବା ଅନୁଭବ କରି ପୁନଃ ପରୀକ୍ଷଣ ପାଇଁ ସେ ଅନୁରୋଧ କରିଥିଲେ। ହେଲେ ପାଥୋଲୋଜି କର୍ତ୍ତୃପକ୍ଷ ତାଙ୍କ ଅଭିଯୋଗକୁ ଶୁଣି ନ ଥିଲେ। ରୋଗର ସତ୍ୟତା ଜାଣିବା ପାଇଁ ସେ ସତ୍କାର ପାଥୋଲୋଜିରେ ସେଦିନ ରକ୍ତ ପରୀକ୍ଷା କରିଥିଲୋ ସେଠାରେ ତାଙ୍କର ଡାଇବେଟିସ୍ ୧୦୭.୭ ଥିବା ରିପୋର୍ଟ ଆସିଥିଲା। ଦୁଇ ପାଥୋଲୋଜିରୁ ୨ ପ୍ରକାରର ରିପୋର୍ଟ ପାଇବା ପରେ ଅଲେଖ ଚିନ୍ତାରେ ପଡିଛନ୍ତିା ଜିଲାରେ ବହୁ ଘରୋଇ ପାଥୋଲୋଜି ରହିଛି। ପାଥୋଲୋଜି ସଂସ୍ଥା ଯଦି ଏପରି ତ୍ରୁଟିପୂର୍ଣ୍ଣ ରିପୋର୍ଟ ଦେବେ ପ୍ରକୃତ ରୋଗ ଜାଣିବା ସ୍କୁସ୍କିଲ ହେବ ବୋଲି ମତ ପ୍ରକାଶ ପାଇଛି । ଏହି ଘଟଣାର ତଦନ୍ତ କରି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।