ବିଧାନସଭା ଆଗରେ ଧାରଣାଦେଉଥିବାବେଳେ ଅସୁସ୍ଥ ହୋଇପଡିଲେ କଂଗ୍ରେସ ନେତା, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୨୯।୩: କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ଏବଂ ଦଳୀୟ ବିଧାୟକ ଅଶୋକ ଦାସ ଶନିବାର ଦିନ ଓଡ଼ିଶା ବିଧାନସଭା ଆଗରେ ଧାରଣା ଦେଉଥିବା ବେଳେ ଅସୁସ୍ଥ ହୋଇ ପଡ଼ିଛନ୍ତି। ଦୁହିଁଙ୍କୁ ଅସୁସ୍ଥତା ଅନୁଭବ ହେବା ପରେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜଣେ ଦଳୀୟ ନେତା ସୂଚନା ଦେଇଛନ୍ତି।

୨ କଂଗ୍ରେସ ନେତା ବିଧାନସଭା ଭବନର ଗେଟ ନମ୍ବର ୩ ଆଗରେ ଧାରଣାରେ ବସିଥିଲେ। କଂଗ୍ରେସ ନେତାଙ୍କୁ ନିଲମ୍ବନ ଓ ବିଧାନସଭା ପରିସର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉ ନ ଥିବାରୁ ଏନେଇ ସେ ପ୍ରତିବାଦ କରୁଥିଲେ।
ଏନେଇ କାଡାମ କହିଛନ୍ତି ଯେ ସେମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣା ଦେବାକୁ ଯାଉଥିବାବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ପରିସର ଭିତରକୁ ଛାଡ଼ି ନ ଥିଲେ। ଆମେ ଜାଣୁଛୁ ଯେ ବାଚସ୍ପତି ଆମକୁ ଗୃହରୁ ନିଲମ୍ବିତ କରିଛନ୍ତି। କିନ୍ତୁ ଆମର ବିଧାନସଭା ପରିସରକୁ ପ୍ରବେଶ କରିବାର ଅଧିକାର ରହିଛି। ତଥାପି, ସେମାନେ ଆମକୁ ପ୍ରବେଶ କରାଇ ଦେଉ ନାହାନ୍ତି। ଯାହା ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ, ବୋଲି କାଡାମ କହିଛନ୍ତି।

ସୂଚନାଥାଉ କି, ପ୍ରାୟ ତିନି ଘଣ୍ଟା ଧରି ଟାଣ ଖରାରେ ଧାରଣା ଜାରି ରଖିବା ପରେ ଦୁଇ କଂଗ୍ରେସ ନେତା ଅସୁସ୍ଥ ଅନୁଭବ କରିଥିଲେ। ଯାହାପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ନଡ୍ଡା

ଭୁବନେଶ୍ୱର,୧୦।୪: କାଲିଠାରୁ ଅର୍ଥାତ ଏପ୍ରିଲ ୧୧ରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା। ଏନେଇ ରାଜ୍ୟ ଭାଜପା ସଭାପତି...

ନୀଳାଦ୍ରିପୁରରେ ପାନୀୟ ଜଳ ସଙ୍କଟ, ବିଡିଓଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ପାନୀୟ ଜଳ ସମସ୍ୟା ଉଗ୍ରରୂପ ନେଲାଣି। ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି...

ବିଜେଡି ପାଇଁ ବୋଝ ନୁହେଁ ଆସେଟ୍‌ ଥିଲେ ପ୍ରଭାତ; ଅମରଙ୍କ ବୟାନଙ୍କୁ ନେଇ…

ଭୁବନେଶ୍ୱର,୧୦।୪: ୱକଫ୍‌ ବିଲ୍‌ରେ ଦ୍ୱିମତକୁ ନେଇ ବିଜେଡିରେ ଅନ୍ତଃକନ୍ଦଳ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମ ନବୀନ ପଟ୍ଟନାୟକଙ୍କ ବୟାନ ନିଆଁରେ ଘିଅ ଢ଼ାଳିବା ଭଳି ହୋଇଛି।...

ବିବାଦ ବଢୁଥିଲେ ବି ମୁହଁ ଖୋଲିଲେନି ସସ୍ମିତ, କହିଲେ ଦଳ ଦେବ ସ୍ପଷ୍ଟୀକରଣ

ଭୁବନେଶ୍ୱର,୧୦ା୪: ଓ୍ବକ୍‌ଫ ବିଲ୍‌କୁ ନେଇ ରାଜ୍ୟ ବିଜେଡିରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ନେଉନି। ଇତିମଧ୍ୟରେ ବିଦେଶ ଗସ୍ତରୁ ଫେରିଛନ୍ତି ଏମ୍‌ପି ସସ୍ମିତ ପାତ୍ର।...

ଚାଷଜମିରୁ ମିଳିଲା ନିଖୋଜ ଚାଷୀଙ୍କ ମୃତଦେହ

ଦିଗପହଣ୍ଡି,୧୦ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ପଞ୍ଚାୟତ ଗୁଣସାଗର ଗ୍ରାମ ନିକଟ ଚାଷଜମିରୁ ଗୁରୁବାର ସକାଳେ ଜଣେ ବୃଦ୍ଧ ଚାଷୀଙ୍କ ଗଳିତ...

‘ନୀତୀଶଙ୍କୁ ଉପପ୍ରଧାନମନ୍ତ୍ରୀ କରାଯାଉ’

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ଏମ୍‌ପି ଅଶ୍ୱିନୀ ଚୌବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ନୀତୀଶ ଉପପ୍ରଧାନମନ୍ତ୍ରୀ...

ନବୀନଙ୍କ ବୟାନ, ପୁଣି ପାଣ୍ଡିଆନଙ୍କ ବଢାଇଲା ଚର୍ଚ୍ଚା, ଏବେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୦।୪: ଓ୍ବକଫ୍‌ ପ୍ରସଙ୍ଗ ପରେ ଏବେ ବିଜେଡିକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଓ୍ବକଫ୍‌ ବିଲ୍‌କୁ ନେଇ ବିଜେଡି ଏମପିଙ୍କ ମଧ୍ୟରେ ଯେଉଁ ମତଭେଦ...

ଶୁଭାରମ୍ଭ ଅପେକ୍ଷାରେ ‘ଆୟୁଷ୍ମାନ ଯୋଜନା’: ଉପକୃତ ହେବେ ହଜାର ହଜାର ହିତାଧିକାରୀ

ଦାରିଙ୍ଗବାଡ଼ି,୧୦ା୪(ଅରୁଣ ସାହୁ): ଆଉ ମାତ୍ର ୨୪ ଘଣ୍ଟାର ଅପେକ୍ଷା। ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକାର୍ପଣ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image