୨ କନେଷ୍ଟବଳଙ୍କୁ କରୋନା

ଭୁବନେଶ୍ୱର,୧୯।୭(ବ୍ୟୁରୋ): କମିଶନରେଟ ପୋଲିସ ରିଜର୍ଭ ଲାଇନ୍‌ର ୨ଜଣ କନେଷ୍ଟବଳ କରୋନା ସଂକ୍ରମିତ ହୋଇଛନ୍ତି। ଉଭୟ ଛୁଟିରୁ ଫେରି ଆଇସୋଲେଶନରେ ଥିଲେ। ପରେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉଭୟଙ୍କ ଘର କେନ୍ଦ୍ରାପଡ଼ା ଓ ଗଞ୍ଜାମରେ ବୋଲି ଜଣାପଡ଼ିଛି। ତେବେ ଏହା ଜଣାପଡ଼ିବା ପରେ ସେମାନଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ରବିବାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

Share