Categories: ଜାତୀୟ

ବିଚାରପତି ହତ୍ୟା ମାମଲାରେ ୨ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ: ଅଗଷ୍ଟ ୬ରେ ପରବର୍ତ୍ତୀ ଶୁଣାଣି

ଧାନବାଦ,୨୮।୭: ଝାଡ଼ଖଣ୍ଡର ଧାନବାଦ ଅତିରିକ୍ତ ଜିଲା ଜଜ୍‌ ଉତ୍ତମ ଆନନ୍ଦଙ୍କୁ ଅଟୋ ମଡ଼ାଇ ହତ୍ୟା ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଗୁରୁବାର ୨ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଗଷ୍ଟ ୬ରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଉଭୟ ଦୋଷୀଙ୍କ ଦଣ୍ଡବିଧାନ ନେଇରାୟ ପ୍ରକାଶ ପାଇବ। ସୂଚନାଯୋଗ୍ୟ, ଠିକ୍‌ ବର୍ଷକ ପୂର୍ବେ ଅର୍ଥାତ୍‌ ଗତବର୍ଷ ଜୁଲାଇ ୨୮ରେ ଅତିରିକ୍ତ ଜିଲା ଜଜ୍‌ ମର୍ନିଂ ଓ୍ବାକ୍‌ରେ ଯାଉଥିବା ବେଳେ ୨ଅଭିଯୁକ୍ତ ଅଟୋ ଡ୍ରାଇଭର ଲଖନ ବର୍ମା(୨୨) ଓ ତାଙ୍କ ସହଯୋଗୀ ରାହୁଲ ବର୍ମା(୨୧) ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଧକ୍କା ଦେଇଥିଲେ। ଏହି ଘଟଣାର ସିସିଟିଭି ଫୁଟେଜ୍‌ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଝାଡ଼ଖଣ୍ଡ ହାଇକୋର୍ଟ ଓ ସୁପ୍ରିମକୋର୍ଟ ମାମଲାକୁ ଗୁରୁତର ସହ ନେଇଥିଲେ। ମାମଲା ସମ୍ବେଦନଶୀଳ ହୋଇଥିବାରୁ ତୁରନ୍ତ ତଦନ୍ତ ଶେଷ କରିବାକୁ ଝାଡ଼ଖଣ୍ଡ ସରକାର ସିବିଆଇକୁ ଅନୁରୋଧ କରିଥିଲେ। ତେବେ ତଦନ୍ତକାରୀ ସଂସ୍ଥା ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୦୨, ୨୦୧ ଏବଂ ୩୪ରେ ଚାର୍ଜଶିଟ୍‌ ଦାଖଲ କରିବା ସହ ୫୮ ଜଣଙ୍କଠାରୁ ସାକ୍ଷ୍ୟପ୍ରମାଣ ସଂଗ୍ରହ କରିଥିଲା।

Share