Posted inଜାତୀୟ

୨ କୁକି ମହିଳାଙ୍କୁ ଉଲଗ୍ନ ବୁଲାଇ ଗଣବଳାତ୍କାର

ମେଇତି ସମ୍ପ୍ରଦାୟକୁ ଏସ୍‌ଟି ତାଲିକାରେ ସାମିଲ ପାଇଁ ମଣିପୁର ହାଇକୋର୍ଟ ରାଜ୍ୟର ଭାଜପା ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ମେ’ ୩ରେ ଜାତିଆଣ ହିଂସା ଆରମ୍ଭ ହୋଇଥିଲା। ଏହାର ଦିନକ ପରେ କୁକି-ଜୁ ସମ୍ପ୍ରଦାୟର ୨ଜଣ ମହିଳାଙ୍କୁ ଏକ ବିଲକୁ ନେଇ ଗଣବଳାତ୍କାର କରାଯାଇଥିଲା। ଦୁହିଁଙ୍କୁ ଉଲଗ୍ନ କରି ରାସ୍ତାରେ ପରେଡ୍‌ ମଧ୍ୟ କରାଯାଇଥିଲା, ଯାହାର ଭିଡିଓ ବୁଧବାର ଭାଇରାଲ ହୋଇଛି। ମଣିପୁର ଜାତିଆଣ ହିଂସାରେ ୧୬୦ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସଦ୍ୟ ସାମ୍ନାକୁ ଆସିଥିବା ବର୍ବରତା ବିରୋଧରେ ଗୁରୁବାର ଇଣ୍ଡିଜେନସ୍‌ ଟ୍ରାଇବାଲ୍‌ ଲିଡର୍ସ ଫୋରମ୍‌ (ଆଇଟିଏଲ୍‌ଏଫ୍‌) ପକ୍ଷରୁ ଚୂଡ଼ାଚାନ୍ଦପୁରରେ ବିକ୍ଷୋଭ ଶୋଭାଯାତ୍ରା କରାଯିବ। ଗୁରୁବାର ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଘେରିବା ପାଇଁ ପ୍ରସ୍ତୁତ ହୋଇଛି ।

ଇମ୍ଫାଲ,୨୦ା୭: ଭାଜପା ଶାସିତ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଦୀର୍ଘ ଅଢ଼େଇ ମାସ ଧରି ସଂଘର୍ଷ ଲାଗିରହିଥିବାବେଳେ ୨ ଜଣ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଯାଉଥିବା ବେଳର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। ୨ ପୀଡ଼ିତାଙ୍କୁ ନିକଟସ୍ଥ ଚାଷଜମିରେ ଗଣବଳାତ୍କାର କରାଯାଇଥିବା ନେଇ ଏକ ଆଦିବାସୀ ସଙ୍ଗଠନ ଅଭିଯୋଗ ଆଣିଛି। ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ହୋଇଛି। ଇଣ୍ଡିଜେନସ୍‌ ଟ୍ରାଇବାଲ୍‌ ଲିଡର୍ସ ଫୋରମ୍‌ (ଆଇଟିଏଲ୍‌ଏଫ୍‌) ପକ୍ଷରୁ ବୁଧବାର ଜାରି ଏକ ବିବୃତିରେ କୁହାଯାଇଛି ଯେ ରାଜଧାନୀ ଇମ୍ଫାଲଠାରୁ ୩୫ କି.ମି. ଦୂରରେ ଅବସ୍ଥିତ କାଙ୍ଗ୍‌ପୋକ୍‌ପି ଜିଲାରେ ମେ’ ୪ରେ ଏହି ଘଟଣା ଘଟିଥିଲା। ଏହାର ଦିନକ ପୂର୍ବରୁ ଉପତ୍ୟକାର ସଂଖ୍ୟାବହୁଳ ମେଇତି ଓ ପାର୍ବତ୍ୟ ଅଞ୍ଚଳରେ ବସବାସ କରୁଥିବା କୁକି ସମ୍ପ୍ରଦାୟ ମଧ୍ୟରେ କ୍ୟାମେରା ଆଗରେ ସଂଘର୍ଷ ହୋଇଥିଲା। ବଳାତ୍କାରର ଶିକାର ହୋଇଥିବା ୨ ମହିଳା କୁକି-ଜୁ ଜାତିର ବୋଲି କୁକି ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ଆଇଟିଏଲ୍‌ଏଫ୍‌ କହିଛି। ଭାଇରାଲ ହୋଇଥିବା ଭିଡିଓରେ ମେଇତି ସମ୍ପ୍ରଦାୟର ବହୁସଂଖ୍ୟକ ପୁରୁଷ କୁକି-ଜୁ ଆଦିବାସୀ ମହିଳାଦ୍ୱୟଙ୍କୁ ବିବସ୍ତ୍ର କରି ବଳାତ୍କାର କରିବା ପାଇଁ ବିଲ ଆଡ଼କୁ ଟାଣିନେଉଥିବା ଦେଖିବାକୁ ମିଳିଛି। କିନ୍ତୁ ଉପସ୍ଥିତ ଜନତା ଦେଖଣାହାରି ସାଜି ସାହାଯ୍ୟ ପାଇଁ ଆକୁଳ ନିବେଦନ କରୁଥିବା ଦୁଇ ମହିଳାଙ୍କ କଥା ଶୁଣି ନ ଥିଲେ। ଜାତୀୟ ମହିଳା କମିଶନ ଏବଂ ଜାତୀୟ ଏସ୍‌ସି/ଏସ୍‌ଟି କମିଶନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଆଇଟିଏଲ୍‌ଏଫ୍‌ ଦାବି କରିଛି। ଏନେଇ ପୋଲିସ ଥୋଉବଲ ଜିଲା ନୋଙ୍ଗପୋକ୍‌ ସେକ୍‌ମାଇ ଥାନାରେ ଅଜ୍ଞାତ ଅପରାଧୀଙ୍କ ବିରୋଧରେ ଅପହରଣ, ଗଣବଳାତ୍କାର ଓ ହତ୍ୟା ମାମଲା ରୁଜୁ କରିଛି। କିନ୍ତୁ ଅଦ୍ୟାବଧି କାହାକୁ ଗିରଫ କରି ପାରିନାହିଁ। ବିରୋଧୀ ଦଳଗୁଡ଼ିକର ନେତାମାନେ ଏହା ଉପରେ ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମ୍‌ସିର ୫ ଜଣିଆ ପ୍ରତିନିଧି ଟିମ୍‌ ଚୂଡ଼ାଚାନ୍ଦପୁର ରିଲିଫ୍‌ ଶିବିର ଏବଂ ଇମ୍ଫାଲ ଉପତ୍ୟକା ବୁଲି ଦେଖିଛନ୍ତି। ନେତାମାନେ ରାଜଭବନରେ ରାଜ୍ୟପାଳ ଅନସୂୟା ଉଇକେଙ୍କୁ ଭେଟି ହିଂସା ପ୍ରଭାବିତ ଲୋକଙ୍କ ଦୁର୍ଦ୍ଦଶା ଅବଗତ କରାଇଛନ୍ତି। ପାର୍ଲାମେଣ୍ଟରେ ଆମେ ଏହି ପ୍ରସଙ୍ଗ ଉଠାଇବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରାସ୍ତ ହେବ ଚାଇନା, କ୍ୱାଡ୍‌ ସମ୍ମିଳନୀରେ ମିଳିଲା ନେତାଙ୍କ ବଡ଼ ସଙ୍କେତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୯: କ୍ୱାଡ୍‌ ନେତାଙ୍କ ମିଳିତ ବିବୃତ୍ତିରେ ବଡ଼ ସଙ୍କେତ ମିଳିଛି। କ୍ୱାଡ୍‌ ଶିଖର ସମ୍ମିଳନୀରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ।...

ଦିଲ୍ଲୀରେ ରହିବାକୁ ମୋର ଘର ନାହିଁ, କାହିଁକି ଏମିତି କହିଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୨ା୯: ଆମ୍‌ ଆଦ୍‌ମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ରବିବାର ଦିଲ୍ଲୀର ଜନ୍ତରମନ୍ତରରେ ଆୟୋଜିତ ହୋଇଥିବା ‘ଜନତା କି ଅଦାଲତ’ରେ ଭାଗ ନେଇଥିଲେ। ଏହା...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ପୁଣି ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର, ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ…

ଲକ୍ଷ୍ନୌ,୨୨ା୯: ପୁଣି ଟ୍ରେନ୍‌ ଟ୍ରାକ୍‌ରୁ ଏକ ଗ୍ୟାସ୍‌ ସିଲିଣ୍ଡର୍‌ ମିଳିଛି। ଦୁର୍ବୃତ୍ତମାନେ ଟ୍ରାକ୍‌ରେ ସିଲିଣ୍ଡର ରଖି ଏକ ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା କରିଥିଲେ।...

‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ କ’ଣ ରହିବ ବିଜେଡିର ପକ୍ଷ? ନବୀନ କହିଲେ ସମୟ ନେବୁ…

ଭୁବନେଶ୍ୱର,୨୨।୯: ଦେଶରେ ‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ ବିତର୍କ ଆରମ୍ଭ ହୋଇଛି। ଏକକାଳୀନ ନିର୍ବାଚନକୁ ନେଇ ମୋଦି କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଏବେ...

ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି। ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ...

ଭାରତକୁ ଇଲିଶି ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ, ଦୂର୍ଗାପୂଜା ପାଇଁ ଆସିବ ଏତେ ମାଛ…

ନୂଆଦିଲ୍ଲୀ,୨୨।୯: ଭାରତକୁ ଇଲିଶି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ବଙ୍ଗାଳୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଇଲିଶି...

ଏହି ସ୍ବତନ୍ତ୍ର ଡ୍ରୋନ୍‌ ପାଇଁ ଆମେରିକା ସହିତ ଭାରତର ଚୁକ୍ତି, କିଣିବା ପାଇଁ ଲାଗିବ ଏତିକି ଟଙ୍କା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଭାରତ ଏବଂ ଆମେରିକା ରବିବାର କୋଟି କୋଟି ଡଲାର ମୂଲ୍ୟର ଡ୍ରୋନ୍‌ ଚୁକ୍ତି ସ୍ବାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ତିନି ଦିନିଆ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri