୨କରୋନା ଯୋଦ୍ଧା ପଜିଟିଭ: ଟ୍ରାଫିକ ଫାଣ୍ଡି ସିଲ୍‌

ପୁରୀ ଅଫିସ,୨୭ା୬: କରୋନା ଯୋଦ୍ଧାଙ୍କୁ କରୋନା। ପୁରୀ ଜିଲାର ୨ ଜଣ କରୋନା ଯୋଦ୍ଧାଙ୍କଠାରେ ପଜିଟିଭ ଚିହ୍ନଟ ହୋଇଛି। ଜଣେ ଟ୍ରାଫିକ କନଷ୍ଟେବଳ ଏବଂ ଅନ୍ୟଜଣେ ସିଆର୍‌ପିଏଫ୍‌ ଯବାନ। ସିଆରପିଏଫ୍‌ ଯବାନ ଜଣଙ୍କ ଜମ୍ମୁ କଶ୍ମୀରରେ କାର୍ଯ୍ୟରତ ଥିବାବେଳେ ଭଉଣୀ ବାହାଘର ପାଇଁ ଘରକୁ ଆସିଥିଲେ। ଗତ ୨୪ ତାରିଖରେ ଆର୍ୟୁବେଦ ମହାବିଦ୍ୟାଳୟ ପରିସରରେ ପୋଲିସଙ୍କ କରୋନା ଟେଷ୍ଟ କରାଯାଉଥିବାବେଳେ ତାଙ୍କର ମଧ୍ୟ ସ୍ବାବ୍‌ ସଂଗ୍ରହ କରାଯାଇଥିଲା। ତାଙ୍କର ପଜିଟିଭ ବାହାରିଛି। ସେହିପରି ଟ୍ରାଫିକ କନଷ୍ଟେବଳ ଜଣଙ୍କ ଘର ଡେଲାଙ୍ଗ ଅଞ୍ଚଳରେ। ସେ ପୁରୀ ଟ୍ରାଫିକ ଫାଣ୍ଡିରେ କାର୍ଯ୍ୟରତ ଥିଲେ। ସମ୍ପୃକ୍ତ ଟ୍ରାଫିକ କନଷ୍ଟେବଳ ପଜିଟିଭ ଜଣାପଡିବା ପରେ ଶୁକ୍ରବାର ଅପରାହ୍ନରେ ମେଡିକାଲ ଛକସ୍ଥିତ ଟ୍ରାଫିକ ଫାଣ୍ଡିକୁ ସିଲ୍‌ କରିଦିଆଯାଇଛି । ସମ୍ପୃକ୍ତ କନ୍‌ଷ୍ଟେବଳଙ୍କୁ ତୁରନ୍ତ ଭୁବନେଶ୍ୱରସ୍ଥିତ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ୩୩ଜଣଙ୍କୁ ଚିହ୍ନଟ କରାଯାଇଛି । ସମ୍ପୃକ୍ତ ଟ୍ରାଫିକ କନ୍‌ଷ୍ଟେବଳ ରିଜର୍ଭ ଅଫିସରେ ରହୁଥିବାରୁ ତାଙ୍କ ସଂଷ୍ପର୍ଶରେ ଆସିଥିବା ୮ ଜଣଙ୍କୁ ହୋମ୍‌ କ୍ବାରାଣ୍ଟାଇନରେ ପଠାଇ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆରୁହା ପାହାଡ଼ରେ ବେଆଇନ କଳାପଥର ଖାଦାନ

ଯାଜପୁର,୧୫ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ଏତେ ପରିମାଣରେ ବେଆଇନ କ୍ରଶର ଏବଂ ପଥର ଖାଦାନ ଚାଲିଛି ଯେ, ସ୍କୁଲ ପିଲାଙ୍କ ଜୀବନ...

ରାଜ ପରିବାର: ଭାଇ-ଭାଇ ପତିଆରା କଳି

ବଲାଙ୍ଗୀର,୧୫ା୧୧(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନ ପରେ ବଲାଙ୍ଗୀରରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି। ୨୪ ବର୍ଷର ନବୀନ ସରକାରର ପତନ ପରେ ବିଜେଡି ନେତାଙ୍କ...

ଦିବ୍ୟାଙ୍ଗଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ

ତିହିଡ଼ି,୧୫ା୧୧(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ଗଦି ଆର୍‌ଆଇ(ରାଜସ୍ବ ନିରୀକ୍ଷକ) ଭାଗବତ ଖଟୁଆ ଜମିର କିସମ ପରିବର୍ତ୍ତନ ପାଇଁ ଜଣେ ଦିବ୍ୟାଙ୍ଗଙ୍କଠାରୁ ଗୁରୁବାର ୫...

ଧରାପଡ଼ିଲେ ବଣ୍ଟି-ବବ୍‌ଲି ଯୋଡ଼ି:ସେଲିବ୍ରିଟିଙ୍କ ଫେକ୍‌ ଆଇଡିରେ ପ୍ରେମ ସମ୍ପର୍କ

ବାଲେଶ୍ୱର, ୧୫।୧୧(ବାଞ୍ଛାନିଧି ଦେ):ବାଲେଶ୍ୱର ସାଇବର ଥାନା ପୋଲିସ ହାତରେ ବଣ୍ଟି-ବବ୍‌ଲି ଯୋଡ଼ି ଓ ସେମାନଙ୍କ ଗ୍ୟାଙ୍ଗ ଧରାପଡ଼ିଛନ୍ତି। ଏହି ଗ୍ୟାଙ୍ଗ ସେଲିବ୍ରିଟିଙ୍କ ଫେକ୍‌ ଆଇଡି ଦ୍ୱାରା...

ରୁପାଛାଉଣି ହେବ ଶ୍ରୀମନ୍ଦିର ରତ୍ନପଲଙ୍କ, ପତିତପାବନ ମନ୍ଦିର

ପୁରୀ,୧୫ା୧୧(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭକ୍ତଙ୍କ ଦାନଅର୍ଥରୁ ମିଳିଥିବା...

ତେଲେଙ୍ଗିରି ଜଳଭଣ୍ଡାରରେ ଫାଟ:ଲିକ୍‌ ହେଉଛି ପାଣି, ଫସଲ ପ୍ରଭାବିତ ହେବା ଆଶଙ୍କା

ଜୟପୁର/ବୋରିଗୁମ୍ମା, ୧୫।୧୧(ପବନ ପାଣିଗ୍ରାହୀ/ବିଜୟ ସାହୁ):କୋରାପୁଟ ଜିଲାରେ ଜଳସେଚନ ଲକ୍ଷ୍ୟ ନେଇ ଇନ୍ଦ୍ରାବତୀର ଉପନଦୀ ତେଲେଙ୍ଗିରିକୁ ନେଇ ଜୟପୁର ବ୍ଲକ ରାଣୀଗଡ଼ରେ ଏକ ଜଳଭଣ୍ଡାର ନିର୍ମାଣ ପାଇଁ...

ଆଜିଠୁ ଐତିହାସିକ କଟକ ବାଲିଯାତ୍ରା

କଟକ,୧୫।୧୧(ଶିଳ୍ପା ପ୍ରିୟଦର୍ଶିନୀ):ଏସିଆ ମହାଦେଶର ସର୍ବବୃହତ୍‌ ମୁକ୍ତାକାଶ ମେଳା ତଥା ଐତିହାସିକ କଟକ ବାଲିଯାତ୍ରା ଶୁକ୍ରବାରଠାରୁ ଆରମ୍ଭ ହେବ। ଅପରାହ୍ନ ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଯମୁନା’ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ: ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ 

ବାରିପଦା,୧୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଅଞ୍ଚଳରେ ଅବସ୍ଥିତ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଆଖପାଖ ସ୍ଥାନରେ ମହାବଳ ବାଘୁଣୀ ‘ଯମୁନା’କୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri