ବାରିପଦା ଅଫିସ, ୧୦ା୩: ମୟୂରଭଞ୍ଜ ଜିଲା ବାରିପଦା ପୌର ପରିଷଦର ୨୮ ୱାର୍ଡ ନିର୍ବାଚନ ଲାଗି ଦାଖଲ ହୋଇଥିବା ନାମାଙ୍କନପତ୍ର ଯାଞ୍ଚ ପ୍ରକ୍ରିୟା ବୁଧବାର ଶେଷ ହୋଇଛି। ୨ ୱାର୍ଡ କାଉନ୍ସିଲର ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହୋଇଥିବା ବେଳେ ୧୩୯ ଜଣଙ୍କର କାଏମ୍ ରହିଛି। ସେହିପରି ବାରିପଦା ପୌରାଧ୍ୟକ୍ଷ ପାଇଁ ଦାଖଲ କରିଥିବା ୧୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ୍ ରହିଥିବା ପୌର ନିର୍ବାଚନ ଅଧିକାରୀ ତଥା ବାରିପଦା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବସନ୍ତ କୁମାର ସେଠୀ କହିଛନ୍ତି।