Categories: ଜାତୀୟ

ମେଡିକାଲରେ ଦୁଇ କରୋନା ଆକ୍ରାନ୍ତଙ୍କୁ ଆଲଟ୍‌ ହେଉଛି ଗୋଟିଏ ବେଡ୍‌

ନାଗପୁର, ୩୦।୩ : ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାବେଳେ ନାଗପୁରରୁ ଆସିଛି ସଭିଙ୍କୁ ଚମକାଇ ଦେଲା ଭଳି ଚିତ୍ର। ନାଗପୁର ସରକାରୀ ମେଡିକାଲ କଲେଜ ହସ୍ପିଟାଲ (ଜିଏମ୍‌ସିଏଚ୍‌)ରେ ଗୋଟିଏ ବେଡ୍‌ରେ ଗୋଟିଏ ନୁହେଁ ଦୁଇଟି ଆକ୍ରାନ୍ତଙ୍କୁ ଆଲଟ୍‌ କରାଯାଇଛି।

ବେସରକାରୀ ମେଡିକାଲରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବାରୁ ଆକ୍ରାନ୍ତମାନେ ଏବେ ସରକାରୀ ହସ୍ପିଟାଲ ମୁହଁା। ଏଥି ଯୋଗୁ ସରକାରୀ ମେଡିକାଲରେ ଦେଖାଦେଇଛି ବେଡ୍‌ର ଅଭାବ। ଆଉ ବେସରକାରୀ ମେଡିକାଲର ଡାକ୍ତରମାନେ ଗୁରୁତର ରୋଗୀଙ୍କୁ ଜିଏମ୍‌ସିଏଚ୍‌ ପଠାଉଛନ୍ତି। କିନ୍ତୁ ଫଟୋ ଭାଇରାଲ ହେବା ପରେ ଦୁଇ ଜଣଙ୍କୁ ଗୋଟିଏ ବେଡ୍‌ ଆଲଟ୍‌ କରାଯାଉ ନାହିଁ। ଆମେ ବେଡ୍‌ ସଂଖ୍ୟା ବଢ଼ାଇଛୁ ବୋଲି ମେଡିକାଲ ସୁପରିଟେନଡେଣ୍ଟ ଅବିନାଶ ଗାଓ୍ବାଣ୍ଡେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ନୂଆ କୋଭିଡ୍‌ ହଟସ୍ପଟ୍‌ ପାଲଟିଛି ନାଗପୁର। ସୋମବାର ଏଠାରେ ୩,୧୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୫ ଜଣଙ୍କ ମୃତ୍ୟୁ ଘଟିଛି।

Share