ଗଞ୍ଜାମ,୧୧।୧୦: ଗଞ୍ଜାମ ଏନ୍ଏସି ଅଧୀନ ୧୬ ନମ୍ବର ଜାତୀୟ ରାଜପଥରେ ସୋମବାର ବିଳମ୍ବିତ ରାତିରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ୨ଟି ଗାଈର ମୃତ୍ୟୁ ଘଟିଥିବା ବେଳେ ୫ଟି ଗାଈ ଗୁରୁତର ଆହତ ହୋଇଛନ୍ତି।
ମଙ୍ଗଳବାର ଭୋରୁ ଗାଈଗୁଡ଼ିକ ଗୁରୁତର ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା। ଏନେଇ କେତେକ ଡ୍ରାଇଭର ଓ ସ୍ଥାନୀୟ ସ୍ବେଚ୍ଛାସେବୀ ଗୁରୁତର ଗାଈଙ୍କୁ ରାସ୍ତା ଉପରୁ ଉଠାଇ କଡ଼କୁ ଆଣି ଚିକିତ୍ସା ବ୍ୟବସ୍ଥା କରିଥିଲେ।
ସୂଚନାଯୋଗ୍ୟ, କେତେକ ଗାଈ ମାଲିକ ଗାଈଙ୍କ କ୍ଷୀର ଦୁହିଁବା ପରେ ଛାଡ଼ି ଦେଉଛନ୍ତି। ଫଳରେ ପ୍ରତିଦିନ ଏପରି ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ଲକ୍ଷ୍ୟ କରାଯାଉଛି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।