ବିଗ୍‌ ବାସ୍କେଟରେ ୨ କୋଟି ୟୁଜର ଡାଟା ଚୋରି

ନୂଆଦିଲ୍ଲୀ: ଗ୍ରସେରି ଇ-କମର୍ସ ପ୍ଲାଟଫର୍ମ ବିଗ୍‌ ବାସ୍କେଟରେ ୟୁଜରଙ୍କ ଡାଟା ଚୋରି ହୋଇଥିବା ଜଣାପଡିଛି। ସାଇବର ଇଣ୍ଟେଲିଜେନ୍ସ ଫାର୍ମ ସିବିଲର ଆକଳନ ମୁତାବକ ୨ କୋଟି ୟୁଜର ଡାଟା ଏଥିରେ ଚୋରି ହୋଇଥିବା କୁହାଯାଉଛି। ବାଙ୍ଗାଲୋରର ସାଇବର କ୍ରାଇମ ସେଲରେ ଏହାକୁ ନେଇ ଏକ ଅଭିଯୋଗ ହୋଇଛି। ପ୍ରାୟ ୩୦ ଲକ୍ଷ ଟଙ୍କାରେ ଏହି ଡାଟାକୁ ହ୍ୟାକର ବିକ୍ରି କରିଥିବା କୁହାଯାଉଛି। ଇ-ମେଲ ଠିକଣା, ପାସଓ୍ବାର୍ଡ, ଏସ୍‌ଏମ୍‌ଏସ୍‌ ଭଳି ବିଭିନ୍ନ ଡାଟା ଏହା ମଧ୍ୟରେ ସାମିଲ ରହିଛି। ପୂର୍ବରୁ ଏଭଳି ଘଟଣା ନେଇ ସନ୍ଦେହ ପ୍ରକାଶ କରାଯାଉଥିଲା। ବର୍ତ୍ତମାନ ଏଭଳି ଏକ ମାମଲା ସାମ୍ନାକୁ ଆସିଥିବାରୁ ପୋଲିସ ନିକଟରେ ଏନେଇ ଅଭିଯୋଗ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।