Categories: ଜାତୀୟ

ତାଜମହଲକୁ ୨ କୋଟିର ପାଣି ଟିକସ ନୋଟିସ

ଆଗ୍ରା,୨୧।୧୨: ବିଶ୍ୱପ୍ରସିଦ୍ଧ କୀର୍ତ୍ତିରାଜି ତାଜମହଲକୁ ପାଖାପାଖି ୨ କୋଟି ଟଙ୍କାର ପାଣି ବିଲ୍‌ ସହ ୧.୫ ଲକ୍ଷ ଟଙ୍କା ଖଜଣା ଏବଂ ୫ କୋଟି ଟଙ୍କା ସେବା କର ପୈଠ କରିବା ଲାଗି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ)କୁ ନୋଟିସ୍‌ ଆସିଛି। ଜାତୀୟ କୀର୍ତ୍ତିରାଜିଗୁଡ଼ିକୁ ଏହିସବୁ ଟ୍ୟାକ୍ସରୁ ବାଦ୍‌ ଦିଆଯାଇଥିବା ଏଏସ୍‌ଆଇ କହିଛି। ତେବେ ଆଗ୍ରା ମ୍ୟୁନିସିପାଲ କମିଶନର ନିଖିଲ ଟିକାରାମ ଫୁଣ୍ଡେଙ୍କ କହିବା ଅନୁଯାୟୀ ଅନେକ ବିଲ୍ଡିଂକୁ ନୋଟିସ୍‌ ଜାରି ହୋଇଛି। ଯେଉଁମାନେ ଟିକସ ଛାଡ଼ ପାଇବାକୁ ଯୋଗ୍ୟ ସେମାନଙ୍କୁ ବାଦ୍‌ ଦିଆଯିବ। ଏଏସ୍‌ଆଇକୁ ପୌର ନିଗମ ପଠାଇଥିବା ନୋଟିସରେ ତାଜମହଲ ପାଣି ବିଲ୍‌ ବାବଦକୁ ୧.୯୪ କୋଟି ଟଙ୍କା, ତାଜମହଲ ସମ୍ପତ୍ତି ପାଇଁ ୧.୪୭ ଲକ୍ଷ ଏବଂ ସେଠାରେ ଥିବା ଅନ୍ୟ ଏକ କୀର୍ତ୍ତିରାଜି ଇତ୍‌ମାଦ୍‌-ଉଦ୍‌୍‌-ଦୌଲା ଗମ୍ବୁଜ ପାଇଁ ୧.୪୦ ଲକ୍ଷ ଟଙ୍କା ସମ୍ପତ୍ତି ଟିକସ ପୈଠ କରିବାକୁ କୁହାଯାଇଛି। ଏହା ବ୍ୟତୀତ ଆଗ୍ରା ଦୁର୍ଗ ପାଇଁ ୫ କୋଟି ଟଙ୍କା ସେବା ଟିକସ ପୈଠ କରିବାକୁ ସେଠାର କ୍ୟାଣ୍ଟନମେଣ୍ଟ ବୋର୍ଡ ଏଏସ୍‌ଆଇକୁ ନୋଟିସ ପଠାଇଛି।

Share