ପ୍ରମୋଦଙ୍କୁ ୨ କୋଟି, ସୌନ୍ଦର୍ଯ୍ୟଙ୍କୁ ୧.୫ କୋଟି ସହାୟତା

ଭୁବନେଶ୍ୱର,୪ା୧୧,(ଅନିଲ ଦାସ): ନିକଟରେ ଶେଷ ହୋଇଥିବା ପାରା ଏସିଆନ ଗେମ୍ସରେ ୨ ପଦକ ବିଜେତା ପ୍ରମୋଦ ଭଗତ ଏବଂ ସୌନ୍ଦର୍ଯ୍ୟ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବା ସହ ଅର୍ଥରାଶି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରମୋଦଙ୍କୁ ୨ କୋଟି ଟଙ୍କା ଏବଂ ସୌନ୍ଦର୍ଯ୍ୟ କୁମାରଙ୍କୁ ୧.୫ କୋଟି ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। ପ୍ରମୋଦ ପାରା ବ୍ୟାଡ୍‌ମିଣ୍ଟନରେ ସ୍ବର୍ଣ୍ଣ ସହ ୩ଟି ପଦକ ଜିତିଥିବା ବେଳେ ସୌନ୍ଦର୍ଯ୍ୟ ଚେସ୍‌ରେ ଗୋଟିଏ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି। ଉଭୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରମୋଦ ଏବଂ ସୌନ୍ଦର୍ଯ୍ୟଙ୍କୁ ସେମାନଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି। ସେମାନଙ୍କ ଖେଳ ପ୍ରତି ଥିବା ପ୍ରତିବଦ୍ଧତା, ଉତ୍ସର୍ଗ ରାଜ୍ୟକୁ ଗୌରବାନ୍ବିତ କରିଛି। ସେମାନଙ୍କ ବିଜୟ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇଛି। ଉଭୟ ଖେଳାଳିଙ୍କୁ ଭବିଷ୍ୟତରେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଖେଳାଳି ଦ୍ୱୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତ ପ୍ରକାର ପ୍ରୋତ୍ସାହନ ଓ ସହାୟତା ଯୋଗାଇ ଦେଉଥିବାରୁ ସୌନ୍ଦର୍ଯ୍ୟ ପ୍ରଧାନ ଏବଂ ପ୍ରମୋଦ ଭଗତ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶାକୁ ଧନ୍ୟବାଦ ଦେଇଛନ୍ତି।
ପାରା ଏସିଆନ ଗେମ୍ସରେ ପ୍ରମୋଦ ପାରା ବ୍ୟାଡ୍‌ମିଣ୍ଟନରେ ପୁରୁଷ ସିଙ୍ଗଲ ଏସ୍‌ଏଲ-୩,ଏସ୍‌ୟୁ-୫ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ଡବଲ ଓ ମିକ୍ସଡ ଡବଲ୍ସରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ସେହିପରି ସୌନ୍ଦର୍ଯ୍ୟ ପ୍ରଧାନ ରାପିଡି ଭିଆଇ ବିଓ୍ବାନ ଚେସ୍‌ରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି।

Share