ଶ୍ରୀନଗର,୨୫।୩: ଜମ୍ମୁ-କଶ୍ମୀରରେ ଗୁରୁବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଲାଓପୋରାଠାରେ ଆତଙ୍କବାଦୀମାନେ ସିଆର୍ପିଏଫ୍ର ଏକ ଗାଡ଼ି ଉପରକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୨ଜଣ ଯବାନ ଶହୀଦ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ମୁତାବକ, ଶ୍ରୀନଗର ଜିଲାର ଲାଓପୋରା ଦେଇ ସିଆର୍ପିଏଫର ଏକ ଟିମ୍ ଗାଡିରେ ଯାଉଥିଲେ। ସେତିକିବେଳେ ଏକ କାରରେ ଆତଙ୍କବାଦୀମାନେ ଆସି ସିଆର୍ପିଏଫ୍ ଗାଡିକୁ ଅଟକାଇ ଅତର୍କିତ ଗୁଳି ଚାଳନା କରିଥିଲେ। ଏଥିରେ ୨ଜଣ ଯବାନ ଶହୀଦ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ସିଆର୍ପିଏଫ୍ର ଅନ୍ୟ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେଶନକୁ ଜୋରଦାର କରିଛନ୍ତି।