ପ୍ରକାଶ ପାଇଲା +୨ କଟ୍‌ ଅଫ୍‌ ମାର୍କ

ଭୁବନେଶ୍ୱର,୧୩।୯(ବ୍ୟୁରୋ):ଯୁକ୍ତ ଦୁଇ କଲେଜରେ ନାମଲେଖା ପାଇଁ ସୋମବାର ପ୍ରକାଶ ପାଇଛି ପ୍ରଥମ ମେରିଟ ଲିଷ୍ଟ। ଦିନ ସାଢେ ୧୧ଟାରେ ସାମସ ୱେବସାଇଟ (www.samsodisha.gov.in)ରେ ତାଲିକା ପ୍ରକାଶ ପାଇଛି। ସେଠାରୁ ଛାତ୍ରୀଛାତ୍ର ମେଧା ତାଲିକା ଦେଖିପାରିବେ। ମେରିଟ ଲିଷ୍ଟରେ ଥିବା ଛାତ୍ରୀଛାତ୍ର ଆସନ୍ତାକାଲିଠୁ ୨୧ ତାରିଖ ମଧ୍ୟରେ ଧାର୍ଯ୍ୟ କଲେଜରେ ନାମ ଲେଖାଇ ପାରିବେ। ଏହି ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ ପାଇଁ ଅକ୍ଟୋବର ୪ ରେ ତାଲିକା, ୫ ସୁଦ୍ଧା ପଞ୍ଜିକରଣ ଏବଂ ମେରିଟ ଲିଷ୍ଟ ପରେ ଅକ୍ଟୋବର ୭ ତାରିଖରେ ହେବ ନାମଲେଖା । ତେବେ ଏଥର ପ୍ରାୟ ୫ ଲକ୍ଷ ଯୁକ୍ତ ଦୁଇ ସିଟ ପାଇଁ ଆବେଦନ କରିଛନ୍ତି ୪ଲକ୍ଷ ୭୧,୬୧୨ ଜଣ ଛାତ୍ରଛାତ୍ରୀ ।
ଏହାପରେ ଆସନ୍ତା ୨୭ରେ ବାହାରିବ ଦ୍ୱିତୀୟ କଟ ଅଫ ମାର୍କ। ଏଥିପାଇଁ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ନାମଲେଖା ହେବ। ଦୁଇଟି ପର୍ଯ୍ୟାୟରେ ନାମଲେଖା ପରେ ବଳକା ସିଟ ପାଇଁ ସ୍ପଟ ଆଡମିଶନ ହେବ। ଏଥିପାଇଁ ଅକ୍ଟୋବର ୪ ତାରିଖରେ ପ୍ରକାଶ ପାଇବ ମେରିଟ ଲିଷ୍ଟ । ୭ ତାରିଖ ସୁଦ୍ଧା ସରିବ ନାମଲେଖା। ଚଳିତବର୍ଷ ମାଟ୍ରିକରେ ଅଧିକ ରହିଛି ପାସ ହାର। ପାଖାପାଖି ୬ ଲକ୍ଷ ପିଲା ପାସ କରିଛନ୍ତି। ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ କେତେକ କଲେଜରେ ସିଟ ସଂଖ୍ୟା ବଢାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପାଖାପାଖି ୭୨ ହଜାର ସିଟ ବଢ଼ାଇବା ପାଇଁ ଗଣ ଶିକ୍ଷା ବିଭାଗନିଷ୍ପତ୍ତି ନେଇଛି ।

Share