୨ଦିନିଆ ବ୍ୟାଙ୍କ୍‌ ଧର୍ମଘଟ ଡାକରା: ଏହି ୪ଦିନ ବ୍ୟାଙ୍କ ସେବାରୁ ବଞ୍ଚିତ ହେବେ ଲୋକେ

ଭୁବନେଶ୍ୱର,୧୮ା୩: ୯ଦଫା ଦାବି ନେଇ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍‌ବିୟୁ) ପକ୍ଷରୁ ୨ଦିନିଆ ବ୍ୟାଙ୍କ୍‌ ଧର୍ମଘଟ ଡାକରା ଦିଆଯାଇଛି। ଆସନ୍ତା ୨୩ ତାରିଖ ମଧ୍ୟରାତ୍ରିରୁ ୨୫ ମଧ୍ୟରାତ୍ରି ପର୍ଯ୍ୟନ୍ତ ୪୮ ଘଣ୍ଟା ଧରି ଏହି ଧର୍ମଘଟ ଚାଲିବ। ଏଥିରେ ୬ହଜାର ବ୍ୟାଙ୍କ ଶାଖାର ୩୭ ହଜାର କର୍ମଚାରୀ ଏଥିରେ ସାମିଲ ହେଉଥିବାରୁ ୨୪ ତାରିଖ ସୋମବାର ଓ ୨୫ ତାରିଖ ମଙ୍ଗଳବାର ବ୍ୟାଙ୍କ୍‌ କାର୍ଯ୍ୟ ଅଚଳ ହୋଇପଡିବ। ସେହିପରି ୨୨ ତାରିଖ ଚତୁର୍ଥ ଶନିବାର ଓ ୨୩ ତାରିଖ ରବିବାର ଛୁଟିଦିନ ହୋଇଥିବାରୁ ଲୋକେ ୪ଦିନ ବ୍ୟାଙ୍କ୍‌ ସେବା ପାଇବାରୁ ବଞ୍ଚିତ ହେବେ। ଫୋରମ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଆବାହକ ଅରୁଣ କୁମାର ବିଶୋଇ ଆନ୍ଦୋଳନ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଏହି ଆନ୍ଦୋଳନକୁ ଦେଶର ବହୁ ବ୍ୟାଙ୍କ କର୍ମଚାରୀ ସଂଘ ଏଆଇବିଇଏ, ଏଆଇବିଓସି,ଏନ୍‌ସିବିଇ,ବିଇଏଫ୍‌ଆଇ,ଏଆଇବିଓଏ,ଆଇଏନ୍‌ବିଓସି, ଆଇଏନ୍‌ବିଇଏଫ୍‌, ଏନ୍‌ଓବିଡବ୍ଲ୍ୟୁ, ଏନ୍‌ଓବିଓ ଆଦି ସମର୍ଥନ କରିଛନ୍ତି। ଗତ ଦଶନ୍ଧି ମଧ୍ୟରେ ଅବସର ଗ୍ରହଣ, ସ୍ବେଚ୍ଛାକୃତ ଇସ୍ତଫା ଏବଂ ଅପର୍ଯ୍ୟାପ୍ତ ନିଯୁକ୍ତି ପଦକ୍ଷେପ ଯୋଗୁ ରାଷ୍ଟ୍ରାୟତ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କରେ କାର୍ଯ୍ୟବଳ କ୍ରମାଗତ ହ୍ରାସ ପାଇଛି।

କିନ୍ତୁ ଘରୋଇ ବ୍ୟାଙ୍କଗୁଡ଼ିକ ସେମାନଙ୍କ କାର୍ଯ୍ୟବଳକୁ ଆକ୍ରମଣାତ୍ମକ ଭାବେ ବୃଦ୍ଧି କରିବା ସହ ପରିଚାଳନା ଦକ୍ଷତା ଏବଂ ଗ୍ରାହକ ସେବାରେ ଉନ୍ନତି ଆଣୁଛନ୍ତି। ଫଳରେ ଘରୋଇ ବ୍ୟାଙ୍କରେ ଗ୍ରାହକ ଓ କର୍ମଚାରୀଙ୍କ ହାରାହାରି ଅନୁପାତ ୩୦୦:୧ ଥିବାବେଳେ ଏବେ ଏହା ରାଷ୍ଟ୍ରାୟତ ବ୍ୟାଙ୍କ୍‌(ପିଏସ୍‌ବି)ରେ ୨୦୦୦:୧କୁ ବୃଦ୍ଧି ପାଇଛି। ଏହି ଅସନ୍ତୁଳନତା ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର ସୃଷ୍ଟି କରୁଛି।

ସେମାନଙ୍କ ମାନସିକ ତଥା ଶାରୀରିକ ସୁସ୍ଥତା ଉପରେ ପ୍ରଭାବ ପକାଇଥାଏ। ସୀମିତ କାର୍ଯ୍ୟବଳ ଯୋଗୁ ପିଏମ୍‌ଜେଡିୱାଇ, ମୁଦ୍ରାଋଣ ଏବଂ ପିଏମ୍‌କିଷାନ ସମ୍ମାନ ନିଧି ସମେତ ୮୦%ରୁ ଅଧିକ ଆର୍ଥିକ ଅନ୍ତର୍ଭୂକ୍ତୀକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଅନେକ ବ୍ୟାଙ୍କ ଶାଖା ଅସ୍ଥାୟୀ କର୍ମଚାରୀଙ୍କ ଉପରେ ନିର୍ଭର କରନ୍ତି। ସ୍ଥିରତା ଏବଂ ଦକ୍ଷତା ସୁନିଶ୍ଚିତ କରିବା ପାଇଁ ଏହି ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରାଯିବା ଆବଶ୍ୟକ।

ସେହିପରି ବ୍ୟାଙ୍କିଂ ଶିଳ୍ପରେ ୫ ଦିନର କାର୍ଯ୍ୟ ସପ୍ତାହ ପ୍ରବର୍ତ୍ତନ, ପ୍ରଦର୍ଶନ ସମୀକ୍ଷା ଏବଂ ପିଏଲ୍‌ଆଇ ଉପରେ ସାମ୍ପ୍ରତିକ ଡିଏଫ୍‌ଏସ ନିର୍ଦ୍ଦେଶାବଳୀ ତୁରନ୍ତ ପ୍ରତ୍ୟାହାର, ଜନସାଧାରଣଙ୍କ ଦ୍ୱାରା ଆକ୍ରମଣ/ଦୁର୍ବ୍ୟବହାର ବିରୋଧରେ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ରାଷ୍ଟ୍ରାୟତ ବ୍ୟାଙ୍କରେ କର୍ମଚାରୀ/ଅଧିକାରୀ ନିର୍ଦ୍ଦେଶକ ପଦବୀ ପୂରଣ ସହ ଆଇବିଏ ନିକଟରେ ବିଚାରାଧୀନ ପ୍ରସଙ୍ଗର ସମାଧାନ ପାଇଁ ଦାବି କରାଯାଇଛି।

ଗ୍ରାଚ୍ୟୁଇଟି ଆଇନରେ ସଂଶୋଧନ ତଥା ସର୍ବାଧିକସୀମା ୨୫ ଲକ୍ଷଟଙ୍କା ବୃଦ୍ଧି ଓ କର୍ମଚାରୀ କଲ୍ୟାଣ ସୁବିଧା ଉପରେ ଆୟ଼କର ଛାଡ଼ ପ୍ରସଙ୍ଗ ମଧ୍ୟ ଦାବିରେ ଅନ୍ତର୍ଭୁକ୍ତ ରହିଛି। ଖବରଦାତା ସମ୍ମିଳନୀରେ କମୋରେଡ୍‌ ସଞ୍ଜୀବ ପତି, ଅମିତାଭ ଦାସ, ତୁଷାରକାନ୍ତ ଦାସ, ପ୍ରକାଶ ରାୟ ଏବଂ ଆର୍‌. ଏନ୍‌. ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୭ ଦିନରେ ଦାବି ପୂରଣ ନ ହେଲେ ଆନ୍ଦୋଳନରେ ବସିବି : ପିସିସି ସଭାପତି

ଥୁଆମୁଳ ରାମପୁର,୨୪।୪-(ଦୁର୍ଗା କୀର୍ତ୍ତି):- କଥା ଦେଇ କଥା ରଖୁନାହି ଉତ୍କଳ ଆଲୁମିନା କମ୍ପାନୀ l ଖଣି ପ୍ରଭାବିତ ଅଞ୍ଚଳର ବେକାର ଯୁବତୀଯୁବକଙ୍କୁ ସ୍ବାବଲମ୍ବୀ କରିବା ସହ...

ଗ୍ରାମାଞ୍ଚଳ ବିକାଶରେ ପଞ୍ଚାୟତର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର,୨୪ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଏଥିରେ ବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ...

୧,୧୯୨ କୋଟି ଟଙ୍କାର ସାତଟି ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୪।୪: ଓଡ଼ିଶା ସରକାର ୧,୧୯୧.୪୭ କୋଟି ଟଙ୍କାର ସାତଟି ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଳ ଦେବଙ୍କ ଅଧ୍ୟକ୍ଷତାରେ...

ତପସ୍ବିନୀ ଟ୍ରେନ୍‌ ରହଣି ପାଇଁ ଡିଆରଏମ୍‌ଙ୍କ ନିକଟରେ ଦାବି

କେସିଙ୍ଗା,୨୪ା୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ୍‌ ରେଳ ଷ୍ଟେଶନରେ ୨ ମିନିଟ୍‌ ତାପସ୍ବିନୀ ଟ୍ରେନ୍‌ ରହଣି ସମେତ ବିଭିନ୍ନ ସମସ୍ୟା ଉପରେ...

ଭାରତ-ପାକିସ୍ତାନ ଯୁଦ୍ଧ ହେଲେ କେଉଁ ଦେଶ କାହା ସପକ୍ଷରେ ଯିବ? ଜାଣନ୍ତୁ କ’ଣ କହୁଛି ସମୀକରଣ

ଶ୍ରୀନଗର,୨୪।୪: ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଭାରତର ୨୬ ଜଣ ନିର୍ଦ୍ଦୋଷ ଲୋକ ପ୍ରାଣ ହରାଇଛନ୍ତି। ଏହି...

ଆଉ ଦୁଇଦିନ ଜାଳିବ, ରବିବାର ଫେରିବ କାଳବୈଶାଖୀ

ଭୁବନେଶ୍ୱର,୨୪ା୪: ଗୁରୁବାର ଓଡ଼ିଶାର କିଛି ଅଞ୍ଚଳ ପାଇଁ ଗ୍ରୀଷ୍ମ ଲହରୀ ଚେତାବନୀ ଜାରି କରାଯାଇଛି। ରାଜ୍ୟର ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ...

ଦୀଘାରେ ଜଗନ୍ନାଥ ମନ୍ଦିର ଉଦ୍‌ଘାଟନୀ ଦିନ ରୋଷ କାର୍ଯ୍ୟରେ ସାମିଲ ହେଲେ କାର୍ଯ୍ୟାନୁଷ୍ଠାନ

ପୁରୀ,୨୪।୪: ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦିଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିର ଆସନ୍ତା 30 ତାରିଖ ଅକ୍ଷୟ ତୃତୀୟାରେ ଉଦଘାଟନ ହେବ। ଏହି କାର୍ଯ୍ୟକ୍ରମରେ ପୁରୀ...

ଗୌଡ଼ ଗାଁରେ ସିରିଜ୍‌ ଚୋରି: ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର

ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁରେ ସିରିଜ୍‌ ଚୋରି ହୋଇଛି। ପୌରାଣିକ ରାମାୟଣ ଥିଏଟର ନିର୍ଦ୍ଦେଶକ ବୁଲୁ ସାହୁ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image