Categories: ବାଣିଜ୍ୟ

ଆଜିଠୁ ୨ ଦିନିଆ ହାଇଲାଇଫ୍‌ ଏକ୍‌ଜିବିଶନ

ଭୁବନେଶ୍ୱର,୧୦।୧୦: ହାଇଲାଇଫ୍‌ ଏକ୍‌ଜିବିଶନ ପକ୍ଷରୁ ମଙ୍ଗଳବାରଠାରୁ ଭୁବନେଶ୍ୱର ମେ ଫେୟାର କନ୍‌ଭେନଶନ ସେଣ୍ଟରଠାରେ ୨ଦିନିଆ ସ୍ବତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଉଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଅକ୍ଟୋବର ୧୦ ଓ ୧୧ ତାରିଖ ଉକ୍ତ ପ୍ରଦର୍ଶନୀ ଜାରି ରହିବ। ଏପରିକି ୧୦୦ରୁ ଅଧିକ ଟପ୍‌ ଡିଜାଇନର ସେମାନଙ୍କର ଫ୍ୟାଶନ, ଷ୍ଟାଇଲ, ଡେକର ଏବଂ ଲକ୍‌ଜ୍ୟୁରି ସାମଗ୍ରୀ ପ୍ରଦର୍ଶନୀ ସାଙ୍ଗକୁ ବିକ୍ରୟ ପାଇଁ ଉପଲବ୍ଧ। ଉକ୍ତ ପ୍ରଦର୍ଶନୀରେ ମୁମ୍ବାଇ, ଚେନ୍ନାଇ, କୋଲକାତା ଓ ନୂଆଦିଲ୍ଲୀ ସମେତ ହାଇଦ୍ରାବାଦ, ବାଙ୍ଗାଲୋର, ପାଟନା, ଅହମଦାବାଦ, ଭୋପାଳ, ଆସାମ ଏବଂ ଜମ୍ମୁ ଓ କଶ୍ମୀରର ବ୍ୟବସାୟୀ ଓ ଡିଜାଇନରମାନେ ଅଂଶଗ୍ରହଣ କରୁଛନ୍ତି। ସେହିଭଳି ଉକ୍ତ ପ୍ରଦର୍ଶନୀରେ ଘରକରଣା ସାମଗ୍ରୀଠାରୁ ଆରମ୍ଭ କରି ଟ୍ରେଣ୍ଡି ଡିଜାଇନର େଓର୍ବ, େଓଡ୍ବିଂ କଲେକ୍ସନ,ଏଥେନିକ ଡିଜାଇନ, ଦୈନନ୍ଦିନ ପରିଧାନ ଯୋଗ୍ୟ ଫ୍ୟାଶନ୍‌ ସହିତ ଆପାରେଲ ଆସେସରିଜ, ଜୁଏଲାରି ଏବଂ ସୁଜ୍‌ ଓ ଘର ପାଇଁ ଅନ୍ୟାନ୍ୟ ଫ୍ୟାଶନ୍‌ ସାମଗ୍ରୀ ଉଭୟ କାରବାର ଓ ପ୍ରଦର୍ଶନୀ ପାଇଁ ରହିଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Share