Categories: ବାଣିଜ୍ୟ

୨ ଦିନିଆ ହାଇଲାଇଫ୍‌ ଏକ୍‌ଜିବିଶନ ଉଦ୍‌ଘାଟିତ

ଭୁବନେଶ୍ୱର,୧୧।୧୦(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ହାଇଲାଇଫ୍‌ ଏକ୍‌ଜିବିଶନ ପକ୍ଷରୁ ଏକ ୨ ଦିନିଆ ସ୍ବତନ୍ତ୍ର ପ୍ରଦର୍ଶନୀ ଭୁବନେଶ୍ୱରର ମେ ଫେୟାର କନ୍‌ଭେନଶନ ସେଣ୍ଟରଠାରେ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଉକ୍ତ ପ୍ରଦଶର୍ନରେ ୧୦୦ରୁ ଅଧିକ ଟପ୍‌ ଡିଜାଇନର ଅଂଶଗ୍ରହଣ କରିଥିବାବେଳେ ସେମାନଙ୍କର ଫ୍ୟାଶନ, ଷ୍ଟାଇଲ, ଡେକର ଏବଂ ଲକ୍‌ଜୁରି ସାମଗ୍ରୀ ପ୍ରଦର୍ଶନୀ ସାଙ୍ଗକୁ ବିକ୍ରୟ ପାଇଁ ଉପଲବ୍ଧ ହେଉଛି ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ମୁମ୍ବାଇ, ଚେନ୍ନାଇ, କୋଲକାତା, ନୂଆଦିଲ୍ଲୀ ସମେତ ହାଇଦ୍ରାବାଦ, ବାଙ୍ଗାଲୋର, ପାଟନା, ଅହମ୍ମଦାବାଦ, ଭୋପାଳ, ଆସାମ ଏବଂ ଜମ୍ମୁ ଓ କଶ୍ମୀରର ବ୍ୟବସାୟୀ ଓ ଡିଜାଇନରଙ୍କ ଦ୍ୱାରା ପ୍ରସ୍ତୁତ ସ୍ବତନ୍ତ୍ର କଲେକ୍ସନ ଓ ଅନ୍ୟାନ୍ୟ ବାସୋପଯୋଗୀ ସାମଗ୍ରୀ ଉକ୍ତ ପ୍ରଦର୍ଶନୀରେ ଉପଲବ୍ଧ। ଏପରିକି ଗ୍ରାହକଙ୍କ ପାଇଁ ଘରକରଣା ସାମଗ୍ରୀଠାରୁ ଆରମ୍ଭ କରି ପରିଧାନ ଓ ଫ୍ୟାଶନର ବିସ୍ତୃତ ବର୍ଗ ଉପଲବ୍ଧ। ଏ ସମ୍ପର୍କରେ ହାଇଲାଇଫ୍‌ର ଏମ୍‌ଡି ତଥା ସିଇଓ ଆବେୟ ପି ଡୋମିନକ କହିଛନ୍ତି, ଫ୍ୟାଶନ, ଷ୍ଟାଇଲ, ଡେକର ଓ ଲକ୍‌ଜରି ଭଳି ସାମଗ୍ରୀ ସହ ଟ୍ରେଣ୍ଡି ଡିଜାଇନର ଓ୍ବେରସ, େଓଡ୍ବିଂ କଲେକ୍ସନ, ଏଥେନିକ ଡିଜାଇନ ଏବଂ ଦୈନନ୍ଦନି ପରିଧାନଯୋଗ୍ୟ ଫ୍ୟାଶନ୍‌ ସହ ଆପାରେଲ ଆସୋସିରିଜ, ଜୁଏଲେରି ଏବଂ ସୁଜ୍‌ ଓ ଘର ପାଇଁ ଅନ୍ୟାନ୍ୟ ଫ୍ୟାଶନ୍‌ ସାମଗ୍ରୀ ଉଭୟ କାରବାର ଓ ପ୍ରଦର୍ଶନୀ ପାଇଁ ରହିଥିବା ସେ ବିସ୍ତୃତ ଆଲୋକପାତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୩ ଅକ୍ଟୋବର ୧୦ ଓ ୧୧ ତାରିଖ (୨ ଦିନିଆ) ଉକ୍ତ ପ୍ରଦର୍ଶନୀ ମେ ଫେୟାର କନ୍‌ଭେନଶନ ସେଣ୍ଟରଠାରେ ସକାଳ ୧୦ ଘଟିକାରୁ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ଜାରି ରହିବ।

Share