Categories: ବାଣିଜ୍ୟ

୨ ଦିନିଆ ରାଜପୁତାନା ବିଜ୍‌ନେସ ସମ୍ମିଟ ଉଦ୍‌ଯାପିତ

ଭୁବନେଶ୍ୱର,୨।୯ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ଅଖଣ୍ଡ ରାଜପୁତାନା ସେବାସଂଘ (ଏଆର୍‌ଏସ୍‌)ର ଓଡ଼ିଶା ଶାଖା ପକ୍ଷରୁ ଏକ ୨ ଦିନିଆ ରାଜପୁତାନା ବିଜ୍‌ନେସ ସମ୍ମିଟ-୨୦୨୪ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ୨୦୨୪ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ରେ ଏହି ୨ ଦିନିଆ ସମ୍ମିଳନୀ ଆୟୋଜିତ ହୋଇଥିଲା। ଉଦ୍‌ଘାଟନୀ ଉତ୍ସବରେ ରାଠୋର ଗ୍ରୁପର ଚେୟାରମ୍ୟାନ୍‌ ତଥା ଏମ୍‌ଡି ରତନ ସିଂ ରାଠୋର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲାବେଳେ ଏମ୍‌ଆରଏସ୍‌ ଗ୍ରୁପର ପ୍ରତିଷ୍ଠାତା ଏବଂ ଚେୟାରମ୍ୟାନ୍‌ ମେଘରାଜ ସିଂ ରୟାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଯୁବବ୍ୟବସାୟୀ ଓ ନୂତନ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ଲାଗି ୨ଟି କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅଶୋକ ସିଂ, ରତନ ସିଂ ରାଠୋର, ଶକ୍ତି ସିଂ ବାନ୍ଦିକ୍ୟୁ, ସଞ୍ଜୟ ସାରସ୍ବତ,କିଶୋର ସିଂ ଝାଲା, ଠାକୁର ଅନୁପ ସିଂ, ଜିତେନ୍ଦ୍ର ସିଂ ପାଚର, କନୱାଲ ସିଂ ଚୌହାନ,ଅଶ୍ୱିନ ସିଂ ସର୍ଭାଇୟା, ଅମିତ ସିଂ ପ୍ରମୁଖ ସଫଳ ଉଦ୍ୟୋଗ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସେହିଭଳି ସମ୍ମିଳନୀର ଦ୍ୱିତୀୟ ଦିନରେ ସାମାଜିକ, ବ୍ୟବସାୟ, ଅର୍ଥନୈତିକ ଏବଂ ଭବିଷ୍ୟତର ରୋଜଗାର ସମ୍ବନ୍ଧରେ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା। ଏହି ଅବସରରେ ଠାକୁର ଆର. ପି. ସିଂ ଦୁର୍ଗବନଶମ, ଜାତୀୟ ସଭାପତି, ଏଆର୍‌ଏସ୍‌, ଚନ୍ଦ୍ର ଶେଖର ସିଂ, ରାଜ୍ୟ ସଭାପତି, ଏଆର୍‌ଏସ୍‌ ଓଡ଼ିଶା, ଜୟ ପ୍ରକାଶ ସିଂ, ସୁରେନ୍ଦ୍ର ବାହାଦୁର ସିଂ, କନୱାଲ ସିଂ ଚୌହାନ, ସୌଭାଗ୍ୟ ସିଂ ଦେଓରା, ମନଭେନ୍ଦ୍ର ସିଂ, କେ. ବି. ସିଂ, ଅନିଲ କୁମାର ସିଂ, ଡା ମୃଣାଳୀ ଦରଶାୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ ଏଆରଏସର ଜାତୀୟ ସଭାପତି ଆର୍‌.ପି.ସିଂ, ରାଜ୍ୟ ସଭାପତି ଚନ୍ଦ୍ର ଶେଖର ସିଂ ଏବଂ ରାଜ୍ୟ ସମ୍ପାଦକ ଚନ୍ଦ୍ର ଭୂଷଣ ସିଂଙ୍କ ଏହି ୨ଦିନିଆ କର୍ମଶାଳାକୁ ସଫଳତାର ସହ ପରିଚାଳନା କରିଥିଲେ।

Share