ଆଜିଠୁ ଜୁନାଗଡ଼ ସହରରେ ୨ ଦିନିଆ ଶଟ୍‌ଡାଉନ୍‌ ଲାଗୁ: ୧୨ ଓ୍ବାର୍ଡ୍‌ରେ ୪୩ ଟିମ୍‌ କରିବେ ସ୍କ୍ରିନିଂ

ଜୁନାଗଡ଼,୧୨।୯(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲାର ଜୁନାଗଡ଼ ସହରରେ କରୋନା ପଜିଟିଭ୍‌ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସୁରକ୍ଷା ଦୃଷ୍ଟିରୁ କଳାହାଣ୍ଡି ଜିଲାପାଳ ଡ଼ା. ଗାଭାଲି ପରାଗ ହର୍ଷଦ ସହରକୁ ୧୨ ଓ ୧୩ ତାରିଖ ଶଟ୍‌ଡାଉନ ଘୋଷଣା କରିଥିଲେ । ବୁଧବାରଠାରୁ ଏହି ଅବଧି ଆରମ୍ଭ ହୋଇଛି। ଏହି ସମୟରେ ସହରର ୧୨ ୱାର୍ଡର ୧୯ ହଜାର ୬୫୬ ଜଣଙ୍କୁ ସର୍ଭେ କରିବା ସହ ସ୍କ୍ରିନିଂ କରାଯିବ। ଏଥିରେ ୧୨୯ ଜଣ ଶିକ୍ଷକ, ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ମିଶାଇ ୪୩ ଟିମ୍‌ ଗଠନ କରାଯାଇଛି । ୪ ଟି ସ୍ବାବ କଲେକ୍ସନ ସେଣ୍ଟର କରାଯାଇଥିବା ବେଳେ ଚିହ୍ନଟ ହୋଇଥିବା ଲୋକଙ୍କୁ ନେବା ପାଇଁ ୪ଟି ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ସେହିଭଳି ୭ ଟି ରିପୋଟିଂ ସେଣ୍ଟର କରାଯାଇଛି । ଏଥିରେ ଜୁନାଗଡ଼ ତହସିଲଦାର ଉପେନ୍ଦ୍ର ଲୁହାଙ୍କ ସମେତ ଜିଲାର ଅନ୍ୟ ତହସିଲର ୫ ଜଣ ତହସିଲଦାରଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ଜୁନାଗଡ଼ ଏନ୍‌ଏସିର ସମସ୍ତ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ବୁଧବାର ଘରକୁ ଘରକୁ ଯାଇ ଲୋକଙ୍କ ସ୍କ୍ରିନିଂ କରାଯାଉଛି। ସମସ୍ତ କାର୍ଯ୍ୟର ତଦାରଖ କରିବା ପାଇଁ ଧର୍ମଗଡ଼ ଉପଜିଲାପାଳ ଦିବାକର ଟିଏସ୍‌ଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକାରୀ ଗୁଳିରେ ଛେଳି ଚରାଳି ଗୁରୁତର

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ରାମଗିରି ଥାନା ଅନ୍ତର୍ଗତ ସାନକରଞ୍ଜ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଶିକାରୀ ଗୁଳିରେ ଜଣେ ଛେଳି ଚରାଳି ଗୁରୁତର ହୋଇଛନ୍ତି।...

୨ ଯାଆଙ୍କ ମଧ୍ୟରେ ଝଗଡ଼ା: ପାଣିରେ ପଡ଼ି ଜଣଙ୍କର ଚାଲିଗଲା ଜୀବନ

ଏମ୍‌ଭି,୭୯, ୨୭ା୯(ଭିକି ବାରିକ): ଦୁଇ ଯାଆଙ୍କ ମଧ୍ୟରେ ଝଗଡ଼ା ହୋଇ ଠେଲାପେଲା ହେବାରୁ ଦୁହେଁ ଜମିଥିବା ପାଣିରେ ପଡ଼ିଯାଇଥିଲେ। ପାଣିରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା...

ଶିଳ୍ପ ବିହୀନ କନ୍ଧମାଳରେ ଗ୍ରାଫାଇଟ୍‌ ସନ୍ଧାନ: ଭୂତତ୍ତ୍ୱବିତ୍‌ଙ୍କ ଦ୍ୱାରା ସର୍ଭେ କାର୍ଯ୍ୟ ଜୋରଦାର

ଦାରିଙ୍ଗବାଡ଼ି,୨୮ା୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ହାତୀମୁଣ୍ଡା ପଞ୍ଚାୟତର ବିଜାଲି ଏବଂ କୁମ୍ଭାରିପଦର ଅଞ୍ଚଳରେ ଗ୍ରାଫାଇଟ୍‌ର ସନ୍ଧାନ ମିଳିଛି। ଏହାକୁ ନେଇ ବ୍ରହ୍ମପୁରରୁ ଭୂତତ୍ତ୍ୱବିତ୍‌ ବୈଜ୍ଞାନିକମାନେ...

ହାତୁଡ଼ିରେ ପିଟି ବାପାଙ୍କୁ ହତ୍ୟା କଲେ ପୁଅ

ଫୁଲବାଣୀ/ଫିରିଙ୍ଗିଆ,୨୭ା୩(ରାକେଶ କୁମାର ରାଉତ/ବିମଳ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପବିଙ୍ଗିଆ ପଞ୍ଚାୟତ ଲାମପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟଛି। ବାପା ଡକେଣା ଦିଗାଲଙ୍କୁ...

ପୁଅ ମୃତ୍ୟୁ ପଛରେ ବାପାଙ୍କ ହାତ: ସାଂଘାତିକ ଅଭିଯୋଗ ଆଣିଲେ ମା’

ଫୁଲବାଣୀ,୨୭।୩(ରାକେଶ କୁମାର ରାଉତ): ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ କେନ୍ଦୁପଦର ସାହିରେ ଜଣେ ନାବାଳକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଜବତ ହୋଇଛି। ସେ ହେଲେ ଅଭିଜିତ୍‌...

ବିଜେଡିକୁ ଶକ୍ତ ଧକ୍କା: ଅନାସ୍ଥାରେ ପଦ ହରାଇଲେ ସରପଞ୍ଚ

ଥୁଆମୂଳ ରାମପୁର,୨୭।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ବିଜେଡିକୁ ଗୋଟେ ପରେ ଗୋଟେ ଶକ୍ତ ଧକ୍କା ଲାଗିଛି। ବିଗତ ଦିନରେ ଥୁଆମୂଳ ରାମପୁର...

ବିକୁଥିଲେ ନକଲି ସିମ୍‌: ଧରିଲା ପୋଲିସ

ପାଟଣା,୨୭ା୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାଇବର ପୋଲିସ ଶତାଧିକ ନକଲି ସିମ୍‌ ବିକ୍ରି ଅଭିଯୋଗରେ ଗୁରୁବାର ଜଣେ ଏଜେଣ୍ଟଙ୍କ ସମେତ ୨ ଜଣଙ୍କୁ ଗିରଫ...

ବାଇକ୍‌ ଆଗକୁ ଚାଲିଆସିଲା ବାର୍‌ହା: ବାପ ମୃତ, ପୁଅ ଆହତ

ଛତ୍ରପୁର,୨୭।୩(ଦିଲୀପ ସାମଲ/ସନ୍ତୋଷ ପାଢ଼ୀ): ବାଇକ୍‌ ଯୋଗେ ନିଜ ଗାଁରୁ ସହରକୁ ଆସୁଥିଲେ ବାପା ଓ ପୁଅ । ହଠାତ୍‌ ବାଇକ୍‌ ଆଗରେ ପଶିଗଲା ଏକ ବାର୍‌ହା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image