Categories: ଖେଳ

ଆଜିଠୁ ୨ ଦିନିଆ ସୁପରଲିଗ୍‌

ଭୁବନେଶ୍ୱର, ୨୪।୫ (କ୍ରୀଡ଼ା ପ୍ରତିନିଧି): କଳାହାଣ୍ଡି କପ୍‌ କ୍ରିକେଟ ଟୁର୍ନାମେଣ୍ଟର ୨ ଦିନିଆ ସୁପରଲିଗ୍‌ ବୁଧବାରଠାରୁ କଟକର ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହେବ। ଏଥିରେ ଭାଗ ନେବାକୁ ଯାଉଥିବା ୧୦ ଦଳକୁ ୨ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଗ୍ରୁପ୍‌ ‘ଏ’ରେ ଇକୋର୍ସା, କଟକ-ଏ, ସମ୍ବଲପୁର, ରେଷ୍ଟ ଅଫ୍‌ ଓଡ଼ିଶା-ଏ ଓ ରେଷ୍ଟ ଅଫ୍‌ ଓଡ଼ିଶା-ସି ସ୍ଥାନ ପାଇଛି। ସେହିପରି ଗ୍ରୁପ୍‌ ‘ବି’ରେ ଭୁବନେଶ୍ୱର-ଏ, ଝାରସୁଗୁଡ଼ା, ଢେଙ୍କାନାଳ, ରେଷ୍ଟ ଅଫ୍‌ ଓଡ଼ିଶା-ବି ଓ ରେଷ୍ଟ ଅଫ୍‌ ଓଡ଼ିଶା-ଡି ରହିଛି। ୨୪ ଓ ୨୫ ତାରିଖରେ ହେବାକୁଥିବା ମ୍ୟାଚରେ ଇକୋର୍ସା-କଟକ ‘ଏ’ (ଡ୍ରିମ୍ସ), ସମ୍ବଲପୁର-ରେଷ୍ଟ ଅଫ୍‌ ଓଡ଼ିଶା ‘ଏ’ (ରେଭେନ୍ସା ଗ୍ରାଉଣ୍ଡ) ଓ ଭୁବନେଶ୍ୱର ‘ଏ’-ଝାରସୁଗୁଡ଼ା (ସନ୍‌ସାଇନ୍‌ ଗ୍ରାଉଣ୍ଡ) ପରସ୍ପରକୁ ଭେଟିବେ।

Share