Advertisement

୨ ଦିନ ହେଲା ଯାତ୍ରୀ ହଟାହଟା:ଦାରିଙ୍ଗବାଡି ଆସୁଥିବା ପର୍ଯ୍ୟଟକ ଘାଟିରେ ଅଟକି ରହିଛନ୍ତି

ଦାରିଙ୍ଗବାଡି, ୮।୧୨ (ଅରୁଣ ସାହୁ )କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥର ଗାଜଲବାଡି ଘାଟି ବୁଲାଣି ରାସ୍ତାରେ ପୁଣି ରବିବାର ସକାଳୁ ଏକ ବସ ସହ ଭାରି ଜାନ ଲାଗି ରହିଛି। ଫଳରେ ଜାତୀୟ ରାଜପଥରେ ଗାଡି ଚଳାଚକ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏଭଳି ଘଟଣା ଗତ ଶନିବାର ଘଟିଥିବା ବେଳେ ପୂର୍ବରୁ ଅଟକି ରହିଥିବା ଭାରୀଯାନକୁ ବସ୍‌ଟି ଆଜି ଲାଗି ରହିଛି ଫଳରେ ଉକ୍ତ ରାଜପଥରେ ସମ୍ପୂର୍ଣ୍ଣ ଯାତାୟତ ଠପ ହୋଇଯାଇଛି । ଉକ୍ତ ଘାଟି ଉପରେ ଏକାଧିକ ଯାତ୍ରୀବାହୀ ବସ୍‌ ସମେତ ଅନ୍ୟ ଗାଡିଗୁଡିକ ଅଟକି ରହିଛି। ଉକ୍ତ ରାସ୍ତାଦେଇ ଦାରିଙ୍ଗବାଡି, ବାଲିଗୁଡା, ଭବାନୀପାଟଣା, ରାଇପୁର ଠାରୁ ବ୍ରହ୍ମପୁରକୁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।
ରବିବାରଥିବାରୁ ପର୍ଯ୍ୟଟକ ମାନେ ଏକାଧିକ ଗାଡ଼ିରେ ଦାରିଙ୍ଗବାଡି ଆସୁଥିଲେ ଏବେ ଘାଟି ରାସ୍ତା ଜାମ ଯୋଗୁ ଯାତାୟାତ ବନ୍ଦ ହୋଇଯିବା ସହ ପର୍ଯ୍ୟଟକମାନେ ଘାଟିରେ ହଇରାଣ ହେଉଛନ୍ତି।
ସୂଚନାଯେଗ୍ୟେ, ଉକ୍ତ ଘାଟି ଅଣ ଓସାରିଆ ରାସ୍ତା ହୋଇଥିବା ବେଳେ ତାର ସମ୍ପ୍ରସାରଣ ହେବାରେ ଅହେତୁକ ବିଳମ୍ବ ହେଉଛି ପ୍ରାୟ ୭ ଶହ କୋଟି ଟଙ୍କା ଅନୁଦାନ ପାଇଁ ଗତ ବର୍ଷ କେନ୍ଦ୍ର ସରକାର ଘୋଷଣା କରିଥିଲେ ସୁଦ୍ଧା କୌଣସି କାରଣରୁ ଉକ୍ତ ଘାଟି ସମ୍ପ୍ରସାରଣ ହୋଇପାରିନି। ପ୍ରାୟ ୧୫ କିମି ଘାଟି ରାସ୍ତାରେ କେବଳ ଅଙ୍କାବଙ୍କା ରାସ୍ତା ରହିଥିବାରୁ ସେହିରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ତେଣୁ ଜାତୀୟରାଜପଥ ପକ୍ଷରୁ ଉକ୍ତ ଘାଟି ରାସ୍ତାରେ ଭାରିଯାନ ନେବାକୁ ବାରଣ କରିବା ସହ ଘାଟି ପୂର୍ବରୁ ଉଭୟପଟୁ ବିଜ୍ଞାପନ ବୋର୍ଡ ଲଗାଯଇଛି। କିନ୍ତୁ ଏହାକୁ କେହି ମାନୁ ନଥିବା ଜଣାପଡିଛି । ଫଳରେ ସାଧାରଣ ଲୋକ ହଇରାଣ ହେଉଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share