ତୁଳସୀ କ୍ଷେତ୍ରରେ ୨ଦିନ ରଥଟଣା

କେନ୍ଦ୍ରାପଡ଼ା,୭ା୭(ଜଗନ୍ନାଥ ଧଳ)ତୁଳସୀ କ୍ଷେତ୍ରରେ ଆସନ୍ତା ୭ ଓ ୮ ଦୁଇଦିନ ଧରି ଶ୍ରଦ୍ଧାଳୁ ଶ୍ରୀବ୍ରହ୍ମ ତାଳଧ୍ୱଜ ରଥ ଟାଣିବେ ା ଏଥିପାଇଁ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ରଥ ପ୍ରସ୍ତୁତି ଶେଷ ହୋଇଛି ା ଚଳିତ ବର୍ଷ ନୀତି ନିର୍ଘଣ୍ଟ ଅନୁଯାୟୀ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ରବିବାର ଶ୍ରଦ୍ଧାଳୁ ପାଇବେ। ଅପରାହ୍ନ ୩ଟାରେ ବ୍ରହ୍ମ ତାଳଧ୍ୱଜ ରଥରେ ନେତ ବନ୍ଧା ହେବା ସହ ରଥ ପ୍ରତିଷ୍ଠା ହେବ ା ଏସମ୍ପର୍କରେ ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ କହିଛନ୍ତି, ତୁଳସୀ କ୍ଷେତ୍ରରେ ଶ୍ରୀଜୀଉଙ୍କ ରୀତିନୀତିରେ କିଛିଟା ଭିନ୍ନତା ଥିଲେ ମଧ୍ୟ ଜଗନ୍ନାଥ ସଂସ୍କୃତିକୁ ଅନୁକରଣ କରାଯାଉଛି ା ଶ୍ରୀଜୀଉ ମଣି ବିଗ୍ରହ ହୋଇଥିବାରୁ ନବ କଳେବର ସମ୍ପର୍ଣ୍ଣ ହୁଏ ନାହିଁ ା ଏହାବ୍ୟତୀତ ବ୍ରହ୍ମ ତାଳଧ୍ୱଜ ରଥରେ ଶ୍ରୀଜୀଉ ରଥାରୁଢ଼ ହେବପରେ ମାତ୍ର ୧୦୦ ମିଟର ମଧ୍ୟରେ ପ୍ରଥମ ଦିନ ଯାତ୍ରା କରିଥାନ୍ତି ା ପରଦିନ ଏହି ରଥଯାତ୍ରା ସମ୍ପର୍ଣ୍ଣ ହୁଏ ା ସେହିପରି ଶ୍ରୀକ୍ଷେତ୍ରରେ ଗୋଟି ପହଣ୍ଡି ହୋଇ ରଥକୁ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ ହୁଅନ୍ତି ା ତେବେ ତୁଳସୀ କ୍ଷେତ୍ରରେ ଏକ ସଙ୍ଗରେ ବା ଧାଡି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଗମନ କରିଥାନ୍ତି ା ବାହୁଡ଼ା ପରଦିନ ଶ୍ରୀକ୍ଷେତ୍ରରେ ସୁନାବେଶ ଅନୁଷ୍ଠିତ ହୋଇଥାଏ ା ଏହି ସମୟରେ ଶ୍ରୀଜୀଉଙ୍କୁ ରଘୁନାଥ ବେଶ କରାଯାଏ ା
ରଥଯାତ୍ରାକୁ ନେଇ ସେବାୟତ ହିରଣ୍ୟ କୁମାର ପଣ୍ଡା କହିଛନ୍ତି, ରଥ ଅଘଟଣକୁ ନେଇ ଦୁଇଟି କଥା ଲୋକମୁଖରେ ଶୁଣାଯାଉଛି ା ୧୮୯୭ରେ ଝାଡ଼ାବାନ୍ତି ରୋଗ ବ୍ୟାପୀଥିଲା ା ସେହି ବର୍ଷ ରଥଯାତ୍ରାରେ ଶ୍ରୀଜୀଉଙ୍କ ମୁକୁଟର କିଛି ଅଂଶରେ ପୋଡିଯିବା, ମଣ୍ଡପରୁ ରଣା ସାପ ବାହାରିଥିଲା ା ଏହି ଘଟଣା ପରେ କିଛି ବଡ ଧରଣର ବିପଦ ଆସିବ ବୋଲି ସ୍ଥାନୀୟ ଲୋକଙ୍କୁ ସୂଚନା ମିଳିଥିଲା ା ସେହିପରି ୧୯୧୭ରେ ରଥ ଚକ ଭାଙ୍ଗିବା ଘଟଣା ଏବେ ବି ଜନମୁଖରେ ଅଛି ା ଏଥିସହିତ କରୋନା ସଂକ୍ରମଣ ପାଇଁ ୨୦୨୦ ଓ ୨୦୨୧ ଦୁଇ ବର୍ଷ ଧରି ରଥ ଟଣା ହୋଇ ପାରି ନାହିଁ ା ଆସନ୍ତା ରଥଯାତ୍ରା ସମ୍ପର୍କରେ ଦେବାୟତ ନରୋତ୍ତମ କର କହିଛନ୍ତି, ତୁଳସୀ କ୍ଷେତ୍ରରେ ଶ୍ରୀବଳଦେବଜୀଉ ଅଧିପତି ା ଏଠାରେ ଅନ୍ୟ କ୍ଷେତ୍ର ପରି ଶ୍ରୀଜୀଉ ୩ ରଥରେ ବିରାଜମାନ ହୁଅନ୍ତି ନାହିଁ ା ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥରେ ଚତୁର୍ଦ୍ଧାମୂର୍ତ୍ତି ବିରାଜିତ ହୁଅନ୍ତି। ପ୍ରତିବର୍ଷ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ା ମନ୍ଦିର ପ୍ରଶାସନ ସହିତ ସମସ୍ତ ସେବାୟତ ଓ କର୍ମଚାରୀଙ୍କ ମଧ୍ୟରେ ଏଥିପାଇଁ ଉତ୍ସାହ ଭରିଯାଇଛି ା ଜିଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି ା ରଥରେ ଶ୍ରୀଜୀଉଙ୍କ ଦର୍ଶନ ଓ ସେବାକୁ ନେଇ ବହୁ ଉତ୍ସାହିତ ଅଛୁ ବୋଲି ସେବାୟତମାନେ କହିଛନ୍ତି ା ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ଉପଜିଲାପାଳ ରବିନ୍ଦ୍ର କୁମାର ପ୍ରଧାନ କହିଛନ୍ତି, ରଥଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ା ରଥକୁ କାରିଗରମାନେ ଶେଷ ସ୍ପର୍ଶ ଦେଉଛନ୍ତି ା ମନ୍ଦିରରେ ଦୁଇଦିନ ଧରି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିବ ା ରଥ ଟଣା ଦୁଇଦିନ ଧରି ହେବାକୁ ଥିବାରୁ ଏହି କ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ା ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ା ଏଥିସହ ଯାତାୟତ ଓ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଦଳିଦେବା ପରେ ମୃତଦେହକୁ ଜଗିରହିଲା ଦନ୍ତା: କାରଣ ଜାଣିଲେ…

ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର) ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଲା ଦନ୍ତା । ଘଟଣାସ୍ଥଳରେ ହିଁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ। ଦେବଗଡ଼ ବନଖଣ୍ଡ ରିଆମାଳ...

ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗକୁ ଖଣ୍ଡନ କଲେ ୱାର୍ଡମେମ୍ବର

ଭବାନୀପାଟଣା,୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅଧୀନ ଅର୍ତ୍ତଲ ପଞ୍ଚାୟତର ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା ବୋଲି...

ଅଗ୍ନିବୀର ନିଯୁକ୍ତି ପାଇଁ ବଡ଼ ପ୍ରସ୍ତୁତି: ଡିସେମ୍ବର ୬ରୁ…

ରାଉରକେଲା,୫।୧୦(ବିପ୍ଳବ ରଞ୍ଜନ ଦାଶ): ଭାରତୀୟ ସେନା ପାଇଁ ହେବାକୁ ଥିବା ଅଗ୍ନିବୀର ନିଯୁକ୍ତି ମେଳା ଆୟୋଜନ ନେଇ ଏକ ଜିଲା ପ୍ରଶାସନ ସ୍ତରୀୟ ପ୍ରସ୍ତୁତି ବୈଠକ...

ମହିଳା ସଂଘ ଟଙ୍କା ଆତ୍ମସାତ ମାମଲା: ବ୍ୟାଙ୍କ ପିଅନଙ୍କୁ ଦୁଇ ବର୍ଷ ଜେଲ

ପୁରୁଷୋତ୍ତମପୁର,୫।୧୦(ସିମାଞ୍ଚଳ ମିଶ୍ର): ମହିଳା ସଂଘର ଜମାଟଙ୍କା ଆତ୍ମସାତ ମାମଲାର ଶନିବାର ରାୟ ପ୍ରକାଶ ପାଇଛି। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ...

ପୁଣି ବିଜେଡିକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ, କହିଲେ ଏଥର ଫାଇଭ ଟି…

ଭୁବନେଶ୍ୱର,୫।୧୦: ଫାଇଭ ଟି ରୂପାନ୍ତରିତ ସ୍କୁଲ ଯୋଜନାକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶିକ୍ଷକ ନିଯୁକ୍ତିପତ୍ର ବଣ୍ଟନ ସମାରୋହରେ ମୁଖ୍ୟମନ୍ତ୍ରୀ ଫାଇଭ...

ପାର୍ବଣରେ ଗଡ଼ିବନି ବସ୍‌

ଭୁବନେଶ୍ୱର,୫।୧୦: ପୂଜାରେ ଗଡ଼ିବନି ବସ୍‌। ଆଗାମୀ ୭ ତାରିଖ ସନ୍ଧ୍ୟା ଠାରୁ ୮ ତାରିଖ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ...

ଗଞ୍ଜାମର ୧.୫୭ ଲକ୍ଷ ପରିବାରଙ୍କୁ ପିଏମ୍‌ କିଶାନ କିସ୍ତି 

ଛତ୍ରପୁର,୫।୧୦(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ଜିଲାସ୍ତରୀୟ ପ୍ରଧାନ ମନ୍ତ୍ରୀ କିଶାନ ସମ୍ମାନନିଧି ଯୋଜନାର ୧୮ ତମ କିସ୍ତିର ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲା...

ବସ୍ତିରେ ଝାଡ଼ୁ ମାରିଲେ ଧର୍ମେନ୍ଦ୍ର: ବାଣ୍ଟିଲେ ସୁଖଦୁଃଖ

ଭୁବନେଶ୍ୱର,୫।୧୦: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବଛ ଭାରତ ଅଭିଯାନରେ ସଭିଏଁ ସାମିଲ ହେବାକୁ ଶନିବାର ଆହ୍ବାନ ଦେଇଛନ୍ତି। ଏହି ଅବସରରେ ସେ ବସ୍ତିରେ ଝାଡ଼ୁ ମାରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri