ସ୍କୁଲ ଛୁଟିକୁ ନେଇ ଆସିଲା ବଡ଼ ଖବର

ଭୁବନେଶ୍ୱର,୧୮।୬: ପୁଣି ବଢିଲା ଖରାଛୁଟି। ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ସ୍କୁଲ ଖୋଲିବ କି ନାହିଁ ଏନେଇ ନିଷ୍ପତ୍ତି ନେବାକୁ ସବୁ ଜିଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ତେବେ ଖରାଛୁଟି ପର୍ବରୁ ମଙ୍ଗଳବାର ଅର୍ଥାତ୍‌ ଜୁନ୍‌ ୧୮ରେ ସ୍କୁଲ ଖୋଲା ହୋଇଥାଆନ୍ତା। ସରକାରଙ୍କ ନିର୍ଦ୍ଦେଶ ପରେ ଆଜି କେତେକ ଜିଲାରେ ସ୍କୁଲ ବନ୍ଦ ଥିବାବେଳେ କେତେକ ଜିଲାରେ ସ୍କୁଲ ଫିଟିଛି।

ଏହିକ୍ରମରେ ଝାରସୁଗୁଡ଼ା ଜିଲ୍ଲାପାଳ ଖରାକୁ ଦେଖି ଆଜି ସ୍କୁଲ ବନ୍ଦ ରଖିଥିବାବେଳେ ଆସନ୍ତା ୧୯ ଓ ୨୦ ତାରିଖରେ ମଧ୍ୟ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ବନ୍ଦ ରହିବ ବୋଲି ସୂଚନା ଜାରି ହୋଇଛି।

Share