ୱାଶିଂଟନ,୬ ।୩: ଆମେରିକାରେ ପୁଣି ଫୁଟିଛି ଗୁଳି । ସେଠାରେ ଥିବା ଜର୍ଜିୟାର ଡଗଲସ କାଉଂଟିରେ ଏକ ହାଉସ ପାର୍ଟି ସମୟରେ ଦୁଇ ଗ୍ରୁପ ମଧ୍ୟରେ ହିଂସା ହୋଇଛି । ଏହି ପାର୍ଟିରେ ୧୦୦ରୁ ଊର୍ଦ୍ଧ୍ୱ ନାବାଳକ ସାମିଲ ହେବାକୁ ପହଞ୍ଚିଥିଲେ । ଗୁଳିକାଣ୍ଡରେ ୨ ଶିଶୁଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ୬ ଆହତ ହୋଇଛନ୍ତି ।
ପୋଲିସ ଅଧିକାରୀ ସିଏନଏନକୁ କହିଛନ୍ତି ଏହି ଘଟଣା ଆଟଲାଂଟାରୁ ପ୍ରାୟ ୨୦ କିଲୋମିଟର ପଶ୍ଚିମରେ ଡଗଲସଭିଲେ ସହରରେ ହୋଇଛି । ଘର ମାଲିକଙ୍କ ସୂଚନା ଅନୁଯାୟୀ, ସେ ତାଙ୍କ ପୁଅର ୧୬ତମ ଜନ୍ମଦିନ ଅବସରରେ ଏହି ପାର୍ଟିର ଆୟୋଜନ କରିଥିଲେ । ପୁଅର ୧୦୦ରୁ ଅଧିକ ସାଙ୍ଗ ପାର୍ଟିରେ ଯୋଗ ଦେଇଥିଲେ । ଏହି ସମୟରେ କେତେଜଣ ବ୍ୟକ୍ତି ମାରିଜୁଆନା ଧୂମ୍ରପାନ କରିଥିଲେ । ଏହାପରେ ସେମାନେ ୧୦ଟାରେ ପାର୍ଟି ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ । ସେହି ସମୟରେ ଗୁଳିକାଣ୍ଡ ହୋଇଥିଲା । ଏବେ ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି ।