ନଦୀ, ପୋଖରୀରୁ ମିଳିଲା ୨ ମୃତଦେହ

ଛତ୍ରପୁର,୧୬।୯(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ମୁନିସିପେଣ୍ଠ ନିକଟ ଋଷିକୂଲ୍ୟା ନଦୀ କଂସାରୀ ଗଣ୍ଡରୁ ଜଣେ ଓ ଗଙ୍ଗାପୁର ପୋଖରୀରୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ରବିବାର ମୁନିସିପେଣ୍ଠ ନିକଟ ଋଷିକୂଲ୍ୟା ନଦୀ କଂସାରୀ ଗଣ୍ଡରେ ମୁନିସିପେଣ୍ଠ ଗାଁର ଭଗବାନ ହାତୀ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ। ଛତ୍ରପୁର ଓଡ୍ରାଫ ଓ ଅଗ୍ନିଶମ ଟିମ ବୋଟ ସହାୟତାରେ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ ସୋମବାର ତାଙ୍କ ମୃତଦେହ ମିଳିଛି। ସେହିପରି ଗଙ୍ଗାପୁର ଗାଁ ର ଏକ ପୋଖରୀରେ ସୋମବାର ଜଣେ ବୃଦ୍ଧ ବୁଡି ନିଖୋଜ ହୋଇଯାଇଥିଲେ ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ସେହେଲେ ମାଗା ଶାସମଲ ( ୬୫) ଉଭୟ ମୃତକଙ୍କ ଘର ପୋଟଲାମପୁର ପଞ୍ଚାୟତରେ।