ପାନପୋଷ ରେଳଧାରଣା କଡ଼ରେ ପଡ଼ିଛି ୨ ଯୁବକଙ୍କ ମୃତଦେହ: ପରିଚୟ ଖୋଜୁଛି ପୋଲିସ

ରାଉରକେଲା ଅଫିସ,୧୮।୧୨: ସୁନ୍ଦରଗଡ଼ ଜିଲା ପାନପୋଷ ରେଳ ଷ୍ଟେଶନରୁ ୨ ଜଣ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ରେଳବାଇ ପୋଲିସ ଶୁକ୍ରବାର ଜବତ କରିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି। ସେମାନଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିଚୟ ମିଳିପାରିନାହିଁ।

ପାନପୋଷ ରେଳ ଓଭରବ୍ରିଜ ନିକଟରେ ଦୁଇଟି ମୃତଦେହ ପଡ଼ିଥିବା ନେଇ କିଛି ଯାତ୍ରୀ ପୋଲିସ ଏବଂ ଷ୍ଟେଶନ ମାଷ୍ଟରଙ୍କୁ ଖବର ଦେଇଥିଲେ। ଜଣେ ଯୁବକଙ୍କ ମୃତଦେହ ରେଳଧାରଣା ମଝିରେ ପଡ଼ି ରହିଥିବା ବେଳେ ଅନ୍ୟଜଣଙ୍କର ରେଳ ଧାରଣା କଡ଼ରେ ପଡ଼ିରହିଥିଲା। ଏଣୁ ଉଭୟ ଟ୍ରେନ୍‌ରେ କଟିଯାଇଥିବା ଅନୁମାନ କରାଯାଉଛି।

Share