ମାଡ଼ିଗଲା କାର୍‌: ୨ କାଉଡ଼ିଆଙ୍କ ଜୀବନ ଗଲା

ଆସିକା,୨୧ା୮(ସୁରେନ୍ଦ୍ର ନାଥ ସାହୁ)/ବୁଗୁଡ଼ା(କାଳିଚରଣ ଦାଶ): ଶ୍ରାବଣ ସୋମବାର ପାଇଁ ଶିବ ମନ୍ଦିରକୁ ପାଣି ଭାର ନେଇ ଯାଉଥିବା କାଉଡିଆଙ୍କ ଉପରେ କାର୍‌ ମାଡ଼ିଯିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମ ଜିଲା ଆସିକା-ବାଲିପଦର ମୁଖ୍ୟରାସ୍ତାର ଭେଟନଈ-ଭେଜିପୁଟ ମଧ୍ୟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତାହତମାନେ ବୁଗୁଡା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଅରଖପୁର ଗ୍ରାମର। କାଉଡ଼ିଆ ଅନିତା କୁମାରୀ ସ୍ବାଇଁଙ୍କୁ ଆସିକା ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବ୍ରହ୍ମପୁର ବଡ଼ ମେଡିକାଲରେ ମୁକୁନା ବେହେରାଙ୍କ ମୃତ୍ୟୁ ଘଟିଛି। ଅନିତାଙ୍କ ଝିଅ ସୋନିଆ ଜେନାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। ବ୍ରହ୍ମପୁର ବଡ଼ ମେଡିକାଲରେ ଅନ୍ୟ ଆହତମାନଙ୍କ ଚିକିତ୍ସା ଚାଲିଛି। ଜିଲା ରେଡ୍‌କ୍ରସ ପାଣ୍ଠିରୁ ଜିଲାପାଳ ଆହତଙ୍କୁ ୩୦ ହଜାର ଟଙ୍କା ଲେଖାଏ ତତ୍କାଳ ସହାୟତା ଦେଇଛନ୍ତି।

Share