ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ ଗୋଳନ୍ଥରା ଗ୍ରାମର ରୋହିତ ଦାସ ଓ କାଳିଆ ଦାସ l ଏହି ଘଟଣାରେ ଗୁରୁବାର ୧୬ ନ ଜାତୀୟ ରାଜପଥରେ ଦୁଇ ମୃତଦେହ ରଖି କ୍ଷତି ପୂରଣ ଦାବି କରି ପରିବାର ଓ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିଲେ।
ସୂଚନା ଅନୁସାରେ, ଗୋଳନ୍ଥରା ଥାନା ଅଧିନସ୍ଥ ବୁଧବାର କନିସି-ତୁଳୁ ରାସ୍ତାରେ ବୁଧବାର ମଧ୍ୟାହ୍ନ ସମୟ ଦାସପୁର ଛକ ନିକଟରେ ଦୁଇ ବାଇକ ମୁହାଁମୁହଁ ଧକ୍କା ହୋଇ ଗୋଳନ୍ଥରା ଗ୍ରାମର ନିରାକାର ଦାସ ଓ ସୟନ ଦାସ ମୃତ୍ୟୁ ଘଟିଥିଲା। ଗୁରୁବାର ବ୍ରହ୍ମପୁର ବଡ଼ ମେଡିକାଲରେ ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଥିଲେ। ପରିବାର ଲୋକ ନିରାକାର ଓ ସୟନ ମୃତଦେହକୁ ନେଇ ୧୬ନ ଜାତୀୟ ରାଜ ଗୋଳନ୍ଥରା ଗ୍ରାମମୁହଁରେ ରଖି ବିଜେଡି ରାଲିକୁ ଯାଇ ୨ଜଣଙ୍କ ଦୁର୍ଘଟଣାରେ ହୋଇ ମୃତ୍ୟୁ ହୋଇଥିବା ପରିବାର ଅଭିଯୋଗ କରିଛନ୍ତି। ପରିବାର ଲୋକ ମୃତଦେହକୁ ନେଇ ୧୬ ନ ଜାତୀୟ ରାଜପଥରେ ରଖି ୨୦ ଲ ଟଙ୍କା କ୍ଷତି ପୂରଣ ଦାବି କରିଥିଲେ। ଏକ ଘଣ୍ଟା ଧରି ଉଭୟ ରାସ୍ତାରେ ଶହ ଶହ ଟ୍ରକ ଅଟକି ରହିଥିଲା ।ଖବର ପାଇ ବ୍ରହ୍ମପୁର ସଦର ଏସଡିପିଓ ସୁବ୍ରଂଶୁ ଶେଖର ପରିଡା, ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଓ ଅନ୍ୟ ପୋଲିସ ଅଧିକାରୀ ପହଞ୍ଚିଥିଲେ। ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ୍ୟ ସମାଧାନ ବାଟ ବାହାରି ନ ଥିଲା l ବ୍ରହ୍ମପୁର ଅତିରିକ୍ତ ଏସପି ରମେଶ ସେଠି ଓ କନିସି ଅତିରିକ୍ତ ତହସିଲଦାର ସୋମେଶ କୁମାର ରଣବିଜୁଳି ଘଟଣା ସ୍ଥଳରେ ପହଂଚି ଉତାକ୍ତ ଲୋକକୁ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା l ରେଡକ୍ରସ ପାଣ୍ଠିରୁ ରୋହିତ ଓ କାଳିଆଙ୍କ ପରିବାର ଲୋକକୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଦୁର୍ଘଟଣା ୧୫ ଦିନ ମଧ୍ୟରେ ସହାୟତା କରାଯିବ ଓ ତଦନ୍ତ କରି ଦୋଷୀଙ୍କ ବିରୋଧ କଡା କାର୍ଯ୍ୟନୁଷ୍ଠାନ କରାଯିବ ବୋଲି କୁହାଯାଇଥିଲା l ପରେ ରାସ୍ତାରୋକୋ ହଟିବା ସହ ଉଭୟ ରାସ୍ତା ଯାତାୟାତ ସ୍ବାଭାବିକ ହୋଇଥିଲା l ଏ ନେଇ ଥାନା କେଶ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛିସ୍‌। ଦୁର୍ଘଟଣା ଘଟିଥିବା ବାଇକ ପୋଲିସ ନିଜ ହେପାଜାତ କୁ ନେଇ ଥିବା ଜଣାପଡିଛି