Categories: ଜାତୀୟ

୨୦ ମହଲା କୋଠାରେ ଲାଗିଲା ନିଆଁ

ମୁମ୍ବାଇ,୨୨।୧: ମୁମ୍ବାଇର ଟାର୍ଡେଓ ଅଞ୍ଚଳ ଗୋୱାଲିଆ ଟ୍ୟାଙ୍କର ଗାନ୍ଧୀ ହସ୍ପିଟାଲ ସମ୍ମୁଖରେ ଥିବା ଏକ ୨୦ ମହିଲା କୋଠାରେ ଶନିବାର ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ, ସକାଳେ କୋଠାର ୧୮ ମହଳାରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଖବର ପାଇ ଦମକଳ ବାହିନୀର ୧୩ଟି ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା। ଦୀର୍ଘ ଘଣ୍ଟାର ଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। କୋଠାରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି। ହେଲେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ।

 

Share