Advertisement

ଆମ୍ବଟାକୁଆ ଖାଇ ୨ ମୃତ୍ୟୁ ଘଟଣା: ପିଡିଏସ୍‌ ଚାଉଳ ବଣ୍ଟନରେ ଅନିୟମିତା ନେଇ ଅଭିଯୋଗ ଆଣିଲେ ଏହି ବିଜେଡି ନେତା

ଦାରିଙ୍ଗବାଡ଼ି,୨ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ମାଣ୍ଡିପାଙ୍କାରେ ଖାଦ୍ୟ ଅଭାବରୁ ଲୋକେ ଆମ୍ବଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଏବେ ମଧ୍ୟ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି। ଏନେଇ ସାରା ରାଜ୍ୟ ତଥା ରାଜ୍ୟ ବାହାରେ ଆଲୋଚନାର ବିଷୟ ହୋଇଥିବା ବେଳେ ଘଟଣାକୁ ନେଇ ବିଜେଡି ଦଳ ତଥା ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଉଦ୍‌ବେଗ ପ୍ରକାଶ କରିବା ସହ ଖାଦ୍ୟ ଅଭାବ ଓ ସାଧାରଣ ବଣ୍ଟନ ଚାଉଳ ବଣ୍ଟନରେ ଅନିୟମିତତା ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ପିଡିଏସ୍‌ ଚାଉଳ ବଣ୍ଟନ ପୂର୍ବରୁ ଇ-କଓ୍ବୋଇସି ହୋଇପାରି ନ ଥିବାରୁ ଅନେକ ଲୋକ ଚାଉଳ ସଠିକ୍‌ ସମୟରେ ପାଉ ନ ଥିବା ସେ ଅଭିଯୋଗ କରିବା ସହ ଶୀଘ୍ର ଗରିବ ଲୋକଙ୍କୁ ଚାଉଳ ବଣ୍ଟନ କରିବାକୁ ନିବେଦନ କରିଛନ୍ତି। କ୍ଷତିପୂରଣ ଓ ମୃତକଙ୍କ ଶିଶୁମାନଙ୍କୁ ଥଇଥାନ ପାଇଁ ସେ ଜିଲା ପ୍ରଶାସନକୁ ଦାବି ଜଣାଇଛନ୍ତି। ଏଥିସହ ମୃତକ ରମିତା ମାଝୀଙ୍କ ୨ ଶିଶୁ ରହିଥିବାରୁ ସେମାନଙ୍କ ଥଇଥାନ ପାଇଁ ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ବ୍ଲକ ଅଧ୍ୟକ୍ଷ ପ୍ରଧାନ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share