ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗଦେଲେନି ଦୁଇ ଉପ-ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ, ୮/୬: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନ୍ତ୍ରୀ ମଣ୍ଡଳର ଗୁରୁତ଼୍ବପୂର୍ଣ୍ଣ ବୈଠକ ଡକାଇଥିଲେ । ହେଲେ ଏହି ବୈଠକରେ ଯୋଗ ଦେଇନାହିନ୍ତି ଦୁଇ ଉପ-ମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ଏବଂ କେଶବ ମୌର୍ଯ୍ୟ। ପ୍ରାୟ ଏକ ଘଣ୍ଟାଧରି ଏହି ବୈଠକ ଚାଲିଥିଲା। ଚଳିତ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ଭାଜପା ନୈରାଶ୍ୟ ଜନକ ପ୍ରଦର୍ଶନ କରିଛି। ଏନେଇ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ମନ୍ତ୍ରୀ ମଣ୍ଡଳର ବୈଠକ କରିଥିଲେ । ନିର୍ବାଚନ ଛଡ଼ା ଅନ୍ୟ ବିଷୟରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିଲା।

ବୈଠକରେ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେଉଁ କାରଣ ପାଇଁ ଅନୁପସ୍ଥିତ ଥିଲେ ତାହା ଜଣାପଡ଼ିନାହିଁ। ମୁଖ୍ୟମନ୍ତ୍ରୀ ଅନ୍ୟ ମନ୍ତ୍ରୀମାନଙ୍କୁ ରାଜ୍ୟର ବିଭିନ୍ନ କାର୍ଯ୍ୟ କିପରି ଚାଲିଛି ସେ ବିଷୟରେ ବୁଝିଥିବା କୁହାଯାଉଛି। ମନ୍ତ୍ରୀମାନଙ୍କୁ ଜନତାଙ୍କ ନିକଟକୁ ଯାଇ ତୃଣମୂଳ ସ୍ତରରୁ ନିଜ ନିଜ ବିଭାଗ ପାଇଁ କାର୍ଯ୍ୟକରିବାକୁ କୁହାଯାଇଥିବା ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ବର୍ବୋରଚିତ ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ନିନ୍ଦା

ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ପହଲଗାମଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ଦିନ୍ଦା କରାଯାଇଛି। ଏଥିସହିତ ଗୁରୁବାର...

Narendra Modi: ଚେତାବନୀ ଦେଲେ ମୋଦି, ମାଟିରେ ମିଶେଇଦେବୁ…

ନୂଆଦିଲ୍ଲୀ,୨୪।୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରରେ ପହଞ୍ଚିଛନ୍ତି। ଆଜି ସେ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ମଧୁବଣୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରୁଛନ୍ତି। ପହଲଗାମ ଆକ୍ରମଣ...

ପରକୀୟା ପ୍ରୀତି ସନ୍ଦେହ, ପଥରରେ ଛେଚି ଛେଚି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ୱାମୀ

ପାଲଘର,୨୪।୪: ମହାରାଷ୍ଟ୍ରର ପାଲଘର ଜିଲାରେ ଜଣେ ୫୫ ବର୍ଷୀୟ ପୁରୁଷଙ୍କୁ ତାଙ୍କ ସ୍ତ୍ରୀଙ୍କୁ ଅନୈତିକ ସମ୍ପର୍କର ସନ୍ଦେହରେ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି।...

କରାଚୀ ଉପକୂଳରେ କ୍ଷେପଣାସ୍ତ୍ର ପରୀକ୍ଷା କରିବ ପାକିସ୍ତାନ; ଭାରତର ତୀକ୍ଷ୍ଣ ନଜର

ନୂଆଦିଲ୍ଲୀ,୨୪।୪: ପାକିସ୍ତାନ ୨୪ ଓ ୨୫ ତାରିଖରେ କରାଚୀ ଉପକୂଳରେ ନିଜର ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ (EEZ) ମଧ୍ୟରେ ଏକ ଭୁପୃଷ୍ଠରୁ ଭୁପୃଷ୍ଠ କ୍ଷେପଣାସ୍ତ୍ର ପରୀକ୍ଷଣ...

Pakistan Google Trends: ପାକିସ୍ତାନ ଛାନିଆ, ଆତଙ୍କୀ ଆଟାକ୍‌ ପରେ ଗୁଗଲରେ ଏସବୁ ସର୍ଚ୍ଚ କରୁଛନ୍ତି ପାକିସ୍ତାନୀ

ନୂଆଦିଲ୍ଲୀ,୨୪।୪: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ଭାରତକୁ ଦୋହଲାଇ ଦେଇନଥିଲା, ଏହାର ପ୍ରଭାବ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଦେଖାଯାଉଛି। ଆକ୍ରମଣ ସମ୍ପର୍କରେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ଏତିକି ବଢ଼ିପାରେ ଆପଣଙ୍କ ଦରମା

ନୂଆଦିଲ୍ଲୀ,୨୪।୪: ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ ସେମାନଙ୍କ ଦରମାରେ ଏକ ବଡ଼ ବୃଦ୍ଧି ଘଟିବ।...

ସିନ୍ଧୁ ଜଳ ଚୁକ୍ତିନାମା କ’ଣ? ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ କାହିଁକି ଏହାକୁ ସ୍ଥଗିତ କଲା

ନୂଆଦିଲ୍ଲୀ,୨୪।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକ ଓ ଜଣେ ସ୍ଥାନୀୟ ଘୋଡ଼ା ଚାଳକ...

ପ୍ରଧାନମନ୍ତ୍ରୀ ମୋଦି ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଦେଶକୁ ସମ୍ବୋଧନ କରିବେ

ନୂଆଦିଲ୍ଲୀ,୨୪।୪: ବିହାରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀଘ୍ର କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ନୃଶଂସ ଆତଙ୍କବାଦୀ ଆକ୍ରମଣ ଘଟଣା ଉପରେ ଦେଶକୁ ସମ୍ବୋଧନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image