ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗଦେଲେନି ଦୁଇ ଉପ-ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ, ୮/୬: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନ୍ତ୍ରୀ ମଣ୍ଡଳର ଗୁରୁତ଼୍ବପୂର୍ଣ୍ଣ ବୈଠକ ଡକାଇଥିଲେ । ହେଲେ ଏହି ବୈଠକରେ ଯୋଗ ଦେଇନାହିନ୍ତି ଦୁଇ ଉପ-ମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ଏବଂ କେଶବ ମୌର୍ଯ୍ୟ। ପ୍ରାୟ ଏକ ଘଣ୍ଟାଧରି ଏହି ବୈଠକ ଚାଲିଥିଲା। ଚଳିତ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ଭାଜପା ନୈରାଶ୍ୟ ଜନକ ପ୍ରଦର୍ଶନ କରିଛି। ଏନେଇ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ମନ୍ତ୍ରୀ ମଣ୍ଡଳର ବୈଠକ କରିଥିଲେ । ନିର୍ବାଚନ ଛଡ଼ା ଅନ୍ୟ ବିଷୟରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିଲା।

ବୈଠକରେ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେଉଁ କାରଣ ପାଇଁ ଅନୁପସ୍ଥିତ ଥିଲେ ତାହା ଜଣାପଡ଼ିନାହିଁ। ମୁଖ୍ୟମନ୍ତ୍ରୀ ଅନ୍ୟ ମନ୍ତ୍ରୀମାନଙ୍କୁ ରାଜ୍ୟର ବିଭିନ୍ନ କାର୍ଯ୍ୟ କିପରି ଚାଲିଛି ସେ ବିଷୟରେ ବୁଝିଥିବା କୁହାଯାଉଛି। ମନ୍ତ୍ରୀମାନଙ୍କୁ ଜନତାଙ୍କ ନିକଟକୁ ଯାଇ ତୃଣମୂଳ ସ୍ତରରୁ ନିଜ ନିଜ ବିଭାଗ ପାଇଁ କାର୍ଯ୍ୟକରିବାକୁ କୁହାଯାଇଥିବା ଜଣାପଡ଼ିଛି ।

Share