ଭାଲୁ ଆକ୍ରମଣରେ ୨ ମୃତ, ୫ ଗୁରୁତର

ପାରଳାଖେମୁଣ୍ଡି,୨୨ା୬(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ସୀମାନ୍ତରେ ଭାଲୁ ଆକ୍ରମଣରେ ଦୁଇ ଦିନରେ ୨ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଆହତ ହୋଇଛନ୍ତି। ମୃତକମାନଙ୍କ ପରିଚୟ ମିଳିନଥିବା ବେଳେ ସେମାନେ ପଲାସା ଅଞ୍ଚଳର ବୋଲି ଜଣାପଡ଼ିଛି। ଆନ୍ଧ୍ର ବନ ବିଭାଗ ପକ୍ଷରୁ ଭାଲୁକୁ ଉଦ୍ଧାର କରାଯାଇଛି। ପ୍ରକାଶ ଯେ, ଗତ କିଛି ଦିନ ହେଲା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ଜିଲା ପଲାସା ବ୍ଲକର ବଜ୍ରକତ୍ତୁରୁ, କିଡିସିଂ ଆଦି ଗ୍ରାମାଞ୍ଚଳରେ ଭାଲୁ ଆତଙ୍କ ଖେଳାଇଛି। ରବିବାର ଭାଲୁ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସୋମବାର ୬ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ପଲାସା ମଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ମଙ୍ଗଳବାର ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଗ୍ରାମାଞ୍ଚଳ ଗଜପତି ଜିଲା ଗୋଷାଣୀ ବ୍ଲକର ପ୍ରାୟ ୧୦ରୁ ୧୫କିମି ଦୂରରେ ଅବସ୍ଥିତ ଥିବାରୁ ଏଠାକାର ଲୋକେ ଆତଙ୍କିତ ରହିଥିବା ଜଣାପଡିଛି।

Share