ଆମ୍ବ ଟାକୁଆ ଖାଇ ୨ ମୃତ୍ୟୁ: ମୃତଦେହ ବ୍ୟବଚ୍ଛେଦ ବିଳମ୍ବକୁ ନେଇ କ୍ଷୋଭ ପ୍ରକାଶ କଲେ ବ୍ଲକ ଅଧ୍ୟକ୍ଷ

ଦାରିଙ୍ଗବାଡି,୧।୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ୨ ମୃତ୍ୟୁ ଏବଂ ୬ ଗୁରୁତର ଘଟଣାରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛ। ରୁନୁ ମାଝୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟଇଥିଲା। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ନିଜ ଗାଁକୁ ଫେରେଇ ଅଣାଯାଇଥିଲା। ତେବେ ଆମ୍ବ ଟାକୁଆ ଖାଇକି ଏଭଳି ଘଟଣା ଘଟିଛି ନା ଆଉ କିଛି କାରଣରହିଛି। ସେ ନେଇ ରୁନୁଙ୍କ ମୃତଦେହକୁ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା। ତେବେ ବିଳମ୍ବରେ ବ୍ୟବଚ୍ଛେଦ ଯୋଗୁ ବହୁ ସମୟ ଧରି ମାଣ୍ଡିପଙ୍କା ଗ୍ରାମବାସୀ, ରୁନୁଙ୍କ ପରିବାର, ପ୍ରଶାସନ ଓ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ଅପେକ୍ଷା କରି ରହିଥିଲେ। ବ୍ୟବଚ୍ଛେଦ ପ୍ରାୟ ୫ଟାରୁ ଆରମ୍ଭ ହୋଇଥିଲା ଫଳରେ ଏଭଳି ଅବ୍ୟବସ୍ଥାକୁ ନେଇ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ କ୍ଷୋଭ ପ୍ରକାଶ କରଥିଲେ। ଏଥି ପ୍ରତି ସରକାର ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ବ୍ରାହ୍ମଣୀଗାଁ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ସେଠାରେ ବ୍ୟବଚ୍ଛେଦ ପାଇଁ ଆବଶ୍ୟକ ସୁବିଧା ନାହିଁ। ଲୋକେ ଦାରିଙ୍ଗବାଡିକୁ ବ୍ୟବଚ୍ଛେଦ କରିବାକୁ ପାଇଁ ଯାଉଛନ୍ତି। ତେଣୁ ସ୍ଥାୟୀ ସମାଧାନ ପାଇଁ ସେ ଦାବି କରିଛନ୍ତି।

Share