ଅମ୍ବାଳିଅଠା ନିକଟରେ ସିରିଜ୍‌ ଦୁର୍ଘଟଣା: ୨ ମୃତ; ଡମ୍ପର ଡ୍ରାଇଭରଙ୍କ ହାତ ଗୋଡ଼ ବାନ୍ଧିଦେଲେ ଲୋକେ

ବାଲେଶ୍ୱର ଅଫିସ, ଜଳେଶ୍ୱର(ଡି.ଏନ୍‌.ଏ.),୪।୬: ବାଲେଶ୍ୱର ଜିଲା ଜଳେଶ୍ୱର ୫୭ନଂ ରାଜ୍ୟ ରାଜପଥ ନିକଟରେ ଶୁକ୍ରବାର ଏକ ସିରିଜ୍‌ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଆରୁହା ଗ୍ରାମର ସିଦ୍ଧେଶ୍ୱର ବେହେରା ଓ କୁଳମଣି ବେହେରା।

ସୂଚନାନୁଯାୟୀ, ଜଳେଶ୍ୱର ଥାନା ଅନ୍ତର୍ଗତ ଅମ୍ବାଳିଅଠା ନିକଟରେ ଏକ ଡମ୍ପର ଓ ଧାନ ବୋଝେଇ ଟାଟା ଏସି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଅପରପକ୍ଷେ ଚନ୍ଦନେଶ୍ୱରପଟୁ ଆସୁଥିବା ଏକ ଓଲ୍ଟ ମଧ୍ୟ ଡମ୍ପର ସହ ପିଟି ହୋଇଥିଲା। ଫଳରେ ଟାଟା ଏସିର ଡ୍ରାଇଭର ଓ ହେଲ୍‌ପରଙ୍କ ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଡମ୍ପର ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି ଦେଇଥିଲେ। ପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

Share