ବରଯାତ୍ରୀ ହୋଇ ଆସୁଥିଲେ,ବାଇକ୍‌ ଧକ୍କାରେ ଚାଲିଗଲା ଜୀବନ

ଠାକୁରମୁଣ୍ଡା,୧୯।୩ (ଡି.ଏନ୍‌.ଏ.): ବରଯାତ୍ରୀ ହୋଇ ଆସୁଥିଲେ। ହେଲେ ଦୁର୍ଘଟଣାରେ ଚାଲିଗଲା ଜୀବନ। ଶନିବାର ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ବାଲିପୋଷୀ ଗ୍ରାମ ନିକଟରେ। ମୃତକ ହେଲେ ଜିଲାର ଭଣ୍ଡା ନିକଟ ରରୁଆଁଗୁଡ଼ା ଗ୍ରାମର ବହ୍ଲବ ନାଏକଙ୍କ ପୁଅ କ୍ଷୀତିଶ (୨୫ବର୍ଷ) ଏବଂ ନାନ୍ଦୁରାମ ନାଏକ (୩୭ ବର୍ଷ)। ଉଭୟ ସମ୍ପର୍କରେ ଦାଦା-ପୁତୁରା ହୋଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଠାକୁରମୁଣ୍ଡା ନିକଟ ଦିଗଧର ଗ୍ରାମକୁ ରରୁଆଁ ଗ୍ରାମରୁ ଏକ ବିବାହ କାର୍ଯ୍ୟକ୍ରମ ଲାଗି ବରଯାତ୍ରୀ ଆସୁଥିଲେ। ବରଯାତ୍ରୀଙ୍କ ସହିତ ଉକ୍ତ ଦୁଇଜଣ ବାଇକ ଯୋଗେ ମଧ୍ୟ ଆସୁଥିଲେ। ଦିନ ପ୍ରାୟ ୩ଟା ସମୟରେ ବାଲିପୋଷୀ ଗ୍ରାମ ନିକଟ ଏକ ବଙ୍କାଣୀ ରାସ୍ତାରେ ଚାଳକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ବାଇକକୁ ପିଟି ହୋଇ ଯାଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଦୁର୍ଘଟଣାଗ୍ରସ୍ଥ ବାଇକକୁ ଉଦ୍ଧାର କରିଛି।

Share