Posted inଖେଳ

ଗୋଟିଏ ପାଳିରେ ୨ ଦ୍ୱିଶତକ: ବଡ଼ ରେକର୍ଡ କଲେ ରୁଟ୍‌-ବ୍ରୁକ୍‌

ମୁଲତାନ,୧୦।୧୦: ଇଂଲଣ୍ଡର ଜୋ ରୁଟ ଏବଂ ହ୍ୟାରି ବ୍ରୁକ ଚମତ୍କାର ଇନିଂସ ଖେଳିଛନ୍ତି। ମୁଲତାନରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡର ଜୋ ରୁଟ ଏବଂ ହ୍ୟାରି ବ୍ରୁକ ଗୋଟିଏ ଇନିଂସରେ ୨ଟି ଦ୍ୱିଶତକ ହାସଲ କରିଥିଲେ। ଟେଷ୍ଟ କ୍ରିକେଟ ଇତିହାସରେ ଦ୍ୱିତୀୟ ଥର ପାଇଁ ଇଂଲଣ୍ଡରୁ ଏଭଳି ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ଦୁହେଁ ୪୦୦ରୁ ଅଧିକ ରନର ସହଭାଗିତା ସହିତ ଆହୁରି ଅନେକ ରେକର୍ଡ ସ୍ଥାପନ କରିଥିଲେ।

ଇଂଲଣ୍ଡ ପକ୍ଷରୁ ପ୍ରଥମ ଥର ପାଇଁ ଟେଷ୍ଟର ଗୋଟିଏ ଇନିଂସରେ ୨ଟି ଦ୍ୱିଶତକ ୧୯୮୫ରେ ଗ୍ରାମ ଫାଉଲର ଏବଂ ମାଇକ ଗାଟିଙ୍ଗଙ୍କ କରିଥିଲେ। ଚେନ୍ନାଇରେ ଭାରତ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ଏହି ପ୍ରଦର୍ଶନ କରିଥିଲେ। ଗ୍ରାମ ଫାଉଲର ୨୦୧ ଏବଂ ମାଇକ ଗାଟିଂ ୨୦୭ ରନ ସ୍କୋର କରିଥିଲେ। ରୁଟ ଏବଂ ବ୍ରୁକ ପୁଣି ଚମତ୍କାର କରିଛନ୍ତି। ରୁଟ ଏବଂ ବ୍ରୁକ ମୁଲତାନରେ ପାକିସ୍ତାନ ବିପକ୍ଷରେ ଏହି ସଫଳତା ହାସଲ କରିଥିଲେ। ରୁଟ ତାଙ୍କର ଦ୍ୱିଶତକ ୩୦୫ ବଲରେ ଏବଂ ବ୍ରୁକ ୨୪୫ ବଲରେ ତାଙ୍କର ଦ୍ୱିଶତକ ଶେଷ କରିଥିଲେ। ଖବର ଲେଖିବା ପର୍ଯ୍ୟନ୍ତ ଉଭୟ ବ୍ୟାଟ୍ସମ୍ୟାନ କ୍ରିଜରେ ଅଛନ୍ତି।

ଏକାଠି ବ୍ୟାଟିଂ କରି ରୁଟ ଏବଂ ବ୍ରୁକ ଏକ ଦ୍ୱିଶତକ ହାସଲ କରିଥିଲେ ଏବଂ ୪୦୦ରୁ ଅଧିକ ରନର ସହଭାଗିତା ମଧ୍ୟ କରିଥିଲେ। ଇଂଲଣ୍ଡ ପାଇଁ ଟେଷ୍ଟ କ୍ରିକେଟ ଇତିହାସରେ ୪୦୦ ରନର ଭାଗିଦାରୀ ହେବା ଦ୍ୱିତୀୟ ଘଟଣା। ୧୯୫୭ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ପିଟର ମେୟ ଏବଂ କଲିନ କାଉଡ୍ରେ ଇଂଲଣ୍ଡ ପାଇଁ ଏକ ଟେଷ୍ଟରେ ପ୍ରଥମ ଥର ପାଇଁ ୪୦୦ରୁ ଅଧିକ ରନର ସହଭାଗିତା କରିଥିଲେ।

ଜୋ ରୁଟ ଦ୍ୱିତୀୟ ଥର ପାଇଁ ପାକିସ୍ତାନ ବିପକ୍ଷରେ ୨୫୦ ପ୍ଲସ ରନ ସ୍କୋର କରିଥିଲେ। ଏହାପୂର୍ବରୁ ଟିମ ଇଣ୍ଡିଆର ପୂର୍ବତନ ଭେଟେରାନ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏକି ପାକିସ୍ତାନ ବିପକ୍ଷରେ ୨୫୦ପ୍ଲସ ରନ ସ୍କୋର କରିଥିଲେ।

ରୁଟ ୨୫୦ ରନ ମାର୍କ ଅତିକ୍ରମ କରି ଏକ ସ୍ବତନ୍ତ୍ର ତାଲିକାରେ ସାମିଲ ହୋଇଥିଲେ। ସେ ଇଂଲଣ୍ଡ ପାଇଁ ତୃତୀୟ ବ୍ୟାଟ୍ସମ୍ୟାନ ଭାବେ ଦୁଇଥର ୨୫୦ ପ୍ଲସ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅବସର ଘୋଷଣା କଲେ ରାଫେଲ ନାଡାଲ: ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବେ ଶେଷ ମ୍ୟାଚ୍

ନୂଆଦିଲ୍ଲୀ,୧୦ା୧୦: ଟେନିସରୁ ଆଉ ଏକ ଯୁଗର ଅନ୍ତ ହୋଇଛି। ୨୨ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ରାଫେଲ ନାଡାଲ ଗୁରୁବାର ଏକ ଭିଡିଓ ମାଧ୍ୟମରେ ଅବସର ଘୋଷଣା...

ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ନ୍ୟୁଜିଲାଣ୍ଡର ବଡ଼ ଚାଲ୍‌: ଅଡୁଆରେ ପଡ଼ିପାରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୦।୧୦: ଆଜିକାଲି ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ଏହି ସିରିଜ ପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ...

ମହିଳା ଟି୨୦ ବିଶ୍ୱକପ: ଭାରତର କ୍ରମାଗତ ଦ୍ୱିତୀୟ ବିଜୟ

ଦୁବାଇ,୯ା୧୦: ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ଭାରତ ମହିଳା ଟି୨୦ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ପୂର୍ବ...

ନୀତୀଶ ରେଡ୍ଡୀଙ୍କ ଅଲ୍‌ରାଉଣ୍ଡ ସଫଳତା: ଭାରତ ଟି୨୦ ସିରିଜ ବିଜୟୀ

ନୂଆଦିଲ୍ଲୀ,୯ା୧୦: ନୀତୀଶ କୁମାର ରେଡ୍ଡୀଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ବୁଧବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୮୬ ରନରେ ପରାସ୍ତ କରିଛି।...

ରିଙ୍କୁ-ନୀତିଶଙ୍କ ଧୂଆଁଧାର ଅର୍ଦ୍ଧଶତକ: ବାଂଲାଦେଶ ଆଗରେ ୨୨୨ ରନର ଟାର୍ଗେଟ

ନୂଆଦିଲ୍ଲୀ,୯ା୧୦: ଭାରତୀୟ ଦଳ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ...

କୋଚ୍‌ଙ୍କୁ କ୍ଷୀରରେ ଗାଧୋଇଦେଲେ ଟିମ୍‌ ଇଣ୍ଡିଆ ଖେଳାଳି, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୦।୧୦: ଟିମ୍‌ ଇଣ୍ଡିଆର ଆସିଷ୍ଟାଣ୍ଟ କୋଚ୍‌ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ବନ୍ଧୁ ଅଭିଷେକ ନାୟର ଅକ୍ଟୋବର ୮ରେ ୪୧ତମ ଜନ୍ମଦିନ ପାଳନ କରିଥିଲେ। ବାଲାଂଦେଶ...

ଭାଜପା ଗଡ଼ରେ ବାଜି ମାରିନେଲେ ଭିନେଶ, ୧୯ ବର୍ଷ ପରେ ଜିତିଲା କଂଗ୍ରେସ

ଚଣ୍ଡିଗଡ଼,୮।୧୦: ହରିୟାଣା ୨୦୨୪ ବିଧାନସଭା ନିର୍ବାଚନର ମତଗଣନା ମଙ୍ଗଳବାର କରାଯାଉଛି। ରାଜ୍ୟର ଜିନ୍ଦ ଜିଲାର ହଟ୍‌ ସିଟ୍‌ ମଧ୍ୟରେ ରହିଥିବା ଜୁଲାନା ଆସନରୁ କଂଗ୍ରେସ ଟିକେଟରେ...

ଶ୍ରୀଲଙ୍କା କ୍ରିକେଟ୍‌ରେ ବଡ଼ ପରିବର୍ତ୍ତନ: ଏହି କ୍ରିକେଟ୍‌ର ହେଲେ ଫୁଲ୍‌ଟାଇମ କୋଚ୍‌

କଲମ୍ବୋ, ୭ା୧୦: ପୂର୍ବତନ ଅଧିନାୟକ ସନଥ ଜୟସୁରିୟା ସୋମବାର ଶ୍ରୀଲଙ୍କା କ୍ରିକେଟ ଦଳର ଫୁଲ୍‌ଟାଇମ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୬ ଟି୨୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri