Categories: ଜାତୀୟ

୨% ପିଉଛନ୍ତି ଟ୍ୟାପ୍‌ ପାଣି

ନୂଆଦିଲ୍ଳୀ, ୩।୧୧: ଦେଶର ମୋଟ ଜନସଂଖ୍ୟାର ମାତ୍ର ୨ ପ୍ରତିଶତ ଲୋକଙ୍କ ଘରେ ଟ୍ୟାପ୍‌ଯୋଗେ ପାନୀୟ ଜଳ ସୁବିଧା ଉପଲବ୍ଧ ରହିଛି। ସୋସିଆଲ ମିଡିଆ ପ୍ଲାଟଫର୍ମର ଏକ ସଂଗଠନ ଲୋକାଲସର୍କଲ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ ଏବେ ବି ଅନେକଙ୍କ ଘରେ ପାଣି ଟ୍ୟାପ୍‌ ସୁବିଧା ପହଞ୍ଚିପାରି ନାହିଁ।

ପାଖାପାଖି ୬୫% ଲୋକ ପାନୀୟ ଜଳ ପାଇଁ ମର୍ଡନ୍‌ ଫିଲ୍ଟରେଶନ୍‌ ମେଶିନ୍‌ ଉପରେ ନିର୍ଭରଶୀଳ। ଅନ୍ୟପକ୍ଷେ ଯେଉଁମାନଙ୍କ ଘରକୁ ପାନୀୟ ଜଳ ପାଇଁ ପାଇପ୍‌ ସଂଯୋଗ ହୋଇଛି ସେମାନଙ୍କ ମଧ୍ୟରୁ ୫% ଲୋକ ପାଣି ନିମ୍ନମାନର ଥିବା କହିଛନ୍ତି।

Share