ମହୁଲି ପିଇ ହାତୀ ମାତାଲ

ପାଟଣା, ୯ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳରେ ରନ୍ଧା ମହୁଲି ମଦ ପୋଚ ପିଇ ୨ ହାତୀ ମାତାଲ ହେବା ଚର୍ଚ୍ଚାର ବିଷୟ ହୋଇଛି। ଏହି ଅଞ୍ଚଳରେ ୩ ଦିନ ହେବ ୨୪ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ଉତ୍ପାତ ଚଳାଇଛନ୍ତି। ମଙ୍ଗଳବାର ହାତୀପଲ ଉଦୟପୁର ବିଟ୍‌ ଅଧୀନ ସିଲିପଦା ଗଁା ନିକଟରେ ଥିବା ଏକ କାଜୁ ଜଙ୍ଗଲରେ ଡେରା ପକାଇଥିଲେ। ହାତୀପଲ ମଧ୍ୟରୁ ୨ଟି ହାତୀ ମଙ୍ଗଳବାର ପୂର୍ବାହ୍ନଠାରୁ ଅପରାହ୍ନ ପର୍ଯ୍ୟନ୍ତ ଉକ୍ତ କାଜୁ ବଗିଚା ମଧ୍ୟରେ ନିସ୍ତେଜ ହୋଇ ଶୋଇରହିଥିବା ଦେଖିବାକୁ ମିଳିଥିଲା।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ହାତୀପଲ ଗଁା ନିକଟସ୍ଥ ନାଳକୂଳରେ ଚାଲିଥିବା ବେଆଇନ ମହୁଲି ଭାଟିରୁ ମହୁଲ ପୋଚ ଖାଇ ମାତାଲ ହୋଇଛନ୍ତି। ହେଲେ ପାଟଣା ରେଞ୍ଜର ଘାସିନାଥ ପାତ୍ର ଏହାକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ହାତୀପଲ ରାତିସାରା ଚଳପ୍ରଚଳ କରୁଥିବା ଯୋଗୁ ଦିନବେଳା ସେମାନେ ଜଙ୍ଗଲରେ ବିଶ୍ରାମ ନେଇଥିଲେ। ସାରେ ଏହି ହାତୀପଲ ସାହାରପଡ଼ା ସେକ୍ସନ ଅଧୀନ ଧାନବେଣିରେ ପହଞ୍ଚିଥିଲେ। ରିପୋର୍ଟ ଲେଖା ହେବା ସୁଦ୍ଧା ହାତୀପଲ ପାଟଣା ବଜାର ଅଞ୍ଚଳରେ ପ୍ରବେଶ କରିଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି।

Share