ଗ୍ରାମରେ ଆତଙ୍କ ଖେଳାଇଛନ୍ତି ୨ ଦନ୍ତା

ଲହୁଣୀପଡ଼ା,୨୬ା୮(ଦାଶରଥି ପଣ୍ଡା): ଲହୁଣୀପଡ଼ା ବ୍ଲକ କୁଡ଼େଇକଳା ଓ କଲେଇପୋଷ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗତ କିଛି ଦିନ ହେବ ୨ ଗୋଠଛଡ଼ା ଜଙ୍ଗଲି ହାତୀ ଘରଦ୍ୱାର ଭାଙ୍ଗି ଧାନ ଚାଉଳ ଖାଇବା ସହିତ ଆତଙ୍କ ଖେଳାଇଛନ୍ତି। ରାତରେ ଗ୍ରାମବାସୀ ଏକାଠି ହୋଇ ବନ ବିଭାଗ କର୍ମଚାରୀଙ୍କ ସହିତ ହାତୀକୁ ଜଗି ରହୁଛନ୍ତି। ସୂଚନାରୁ ପ୍ରକାଶ ଯେ, ୨ଟି ଗୋଠଛଡା ଜଙ୍ଗଲି ହାତୀ କିଛିଦିନ ପୂର୍ବେ ବଣାଇଁ ବନାଞ୍ଚଳରୁ ବ୍ରାହ୍ମଣୀ ନଦୀ ପାରି ହୋଇ କୁଳିପୋଷ ବନାଞ୍ଚଳରେ ପଶିଥିଲେ। କୁଡେଇକଳା ଓ କଲେଇପୋଷ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପଶି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ନଷ୍ଟ କରିଥିଲେ। ଏଭଳି ହାତୀ ଉପଦ୍ରବ ଘଟଣା ବାରମ୍ବାର ଘଟୁଥିବାରୁ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳିଯିବା ସହିତ ଗ୍ରାମବାସୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ଉକ୍ତ ହାତୀ ୨ଟି ଶୁକ୍ରବାର କୁଡ଼େଇକଳା ପଞ୍ଚାୟତର ଦେଓଦେବପୁରୁ ଓ ଟୁମକା ସାହିର ଜଙ୍ଗଲ ଭିତରେ ରହିଥିବା ଜାଣି ଗ୍ରାମବାସୀ ଆତଙ୍କିତ ହୋଇ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବର ପାଇ କୁଳିପୋଷ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀକୁ ଘଉଡ଼ାଇ ଥିବା ଜଣାପଡ଼ିଛି।

Share