ହାତୀପଲ ଉପରକୁ ଚଢିଗଲା ଟ୍ରେନ

କେନ୍ଦୁଝର,୧୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବନ ଖଣ୍ଡ ଅଧୀନ ଦଇତାରୀ ରେଞ୍ଜ ବ୍ରାହ୍ମଣୀପାଳ ନିକଟ ଟ୍ରେନ୍‌ ଲାଇନରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଯଖପୁରା-ବାଂଶପାଣି ମଝି ରେଳ ଲାଇନ୍‌ରେ ଏକ ହାତୀପଲ ପାର ହେଉଥିବା ବେଳେ ଏକ ମାଲବାହୀ ଟ୍ରେନ ଧକ୍କା ଦେବାରୁ ୨ ହାତୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ କେତେକ ହାତୀ ଆହତ ହୋଇଥିବା ଜଣାପଡ଼ିଛି। ଡିଏଫଓ ଅଭୟ କୁମାର ଦଳେଇ ଓ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। ଏନେଇ ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।

Share